ମୋ ବସ ରେ ଟିକେଟ କାଟି ବିନା ସୁରକ୍ଷାରେ ବୁଲିଲେ ମୁଖ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ‘ମୋ ବସ’ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷାକର୍ମୀ ବିନା ଏୟାରପୋର୍ଟ ନିକଟରୁ ବିଧାନସଭା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀ ବସ ରେ ସାଧାରଣ ଯାତ୍ରୀଙ୍କ ପରି ଟିକେଟ ମଧ୍ୟ କାଟିଥିଲେ । ବସ ରେ ଉପସ୍ଥିତ ଥିବା ଯାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ସେଲଫି ମଧ୍ୟ ଉଠାଇ ଥିଲେ ।

ସୂଚନା ଅନୁଯାୟୀ, କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଆରମ୍ଭ ହୋଇଛି ‘ମୋ ବସ’ ସେବା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ସୁରକ୍ଷକର୍ମୀ ବିନା ଏହି ବସରେ ଏୟାରପୋର୍ଟ ନିକଟରୁ ବିଧାନସଭା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ସଂସ୍ଥା ଦ୍ୱାରା ଏହି ସେବା ପରିଚାଳିତ କରାଉଛି । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ ର ସେବା ଆରମ୍ଭ କରାଯାଇଛି । ଏହି ସେବାରେ ସର୍ବମୋଟ ୩୦୦ଟି ବସ ଚଳାଚଳ ର କାର୍ଯ୍ୟକ୍ରମ ରହିଛି । ବସ ଗୁଡିକ କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଚଳାଚଳ କରିବ । ସେହିପରି ଯୁବ ପିଢୀକୁ ଆକୃଷ୍ଟ କରିବା ପାଇଁ ଏହି ବସ ରେ ୱାଇଫାଇ ସେବା ସହ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯିବ ସହ ଜରୁରୀ ସୂଚନା ପାଇଁ ମୋବାଇଲ୍ ଆପ୍ର ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା କହିଛନ୍ତି, ଏହି ବସ ଗୁଡ଼ିକରେ କଣ୍ଡକ୍ଟରମାନଙ୍କୁ ବସ ଗାଇଡ କୁହାଯିବ ସହ ୫୦ ପ୍ରତିଶତ ମହିଳାଙ୍କୁ ବସ୍ ଗାଇଡ ଭାବେ ନିଯୁକ୍ତି ଦିଆଯିବ । ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାର ବ୍ୟବସ୍ଥା କରାଯାଇଛି ।

Leave a comment