ଫିଫା ବିଶ୍ୱକପ୍‌ ଫାଇନାଲରେ ଫ୍ରାନ୍ସ-କ୍ରୋଏସିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫିଫା ବିଶ୍ୱକପର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିବାରୁ ଅତିରିକ୍ତ ସମୟପାଇଁ ଖେଳ ହୋଇଥିଲା। ଏହି ପର୍ଯ୍ୟାୟରେ ଗୋଲ ସ୍କୋର କରି ହିରୋ ସାଜିଥିଲେ ମାଣ୍ଡଜୁକିକ୍‌। ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ କ୍ରୋଏସିଆ ଫାଇନାଲରେ ପ୍ରବେଶ କରିଛି। ତେବେ ଆସନ୍ତା ରବିବାର କ୍ରୋଏସିଆ ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପରାଜିତ ଇଂଲଣ୍ଡ ତୃତୀୟ ସ୍ଥାନ ପାଇଁ ବେଲଜିୟମ ସହ ମୁକାବିଲା କରିବ। ପ୍ରଥମ ଦଳଭାବେ ଫ୍ରାନ୍ସ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। 

Leave a comment