୨୦୨୨ରେ ୨୭ ଗୁଳିକାଣ୍ଡ, ୧୪୦ ମୃତ

0

ୱାଶିଂଟନ: ଆମେରିକା ସ୍କୁଲଗୁଡିକରେ ଗୁଳିକାଣ୍ଡ ଘଟଣା ଘଟିବା କିଛି ନୂଆ କଥା ନୁହେଁ । ସେଠାରେ ଅପ୍ରାପ୍ତ ବୟସ୍କଙ୍କୁ ବନ୍ଧୁକ ଲାଇସେନ୍ସ ମିଳୁଥିବାରୁ ଏଭଳି ଘଟଣା ଘଟିବା ନିଶ୍ଚିତଭାବେ ସ୍ୱାଭାବିକ । ଚଳିତବର୍ଷ ମେ’ ୨୪ ସୁଦ୍ଧା ଆମେରିକାର ବିଭିନ୍ନ ସ୍କୁଲରେ ୨୭ଟି ଗୁଳିକାଣ୍ଡ ଘଟଣା ଘଟିଥିବାବେଳେ ମୋଟ ୧୪୦ ଜଣଙ୍କର ପ୍ରାଣହାନି ଘଟିସାରିଛି ।

୨୦୨୧ରେ ଏଭଳି ମୃତ୍ୟୁସଂଖ୍ୟା ୧୦୩ ରହିଥିବା ଆମେରିକାର ଗୁଇନ୍ଦା ସଂସ୍ଥା ଏଫ୍ବିଆଇ (ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ) ପକ୍ଷରୁ କୁହାଯାଇଛି ।

Leave a comment