ଗାଇଡ଼ ଲାଇନ ଆଳ ରେ ଶ୍ରମିକ ଙ୍କୁ ଶୋଷଣ କରୁଛି ଇମ୍ଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା କାଳିଆ ପାଣି ସ୍ଥିତ ଇମ୍ଫା ଖଣି ରେ ପାଞ୍ଚ ଦିନ ରେ ପହଁଚିଲାଣି ଶ୍ରମିକ ଙ୍କ ଧାରଣା । ଓଡିଶା ମଇନିଂ ୱାର୍କର ୟୁନିଅନ ନେତୃତ୍ୱରେ ମୁଖ୍ୟ ଫାଟକ ରେ ଗଣ ଧାରଣା ରେ ବସିଛନ୍ତି ଶତାଧିକ ଶ୍ରମିକ । ଲୋଡିଙ୍ଗ ଶ୍ରମିକ ମାନଙ୍କ ସମସ୍ୟା ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଧାରଣା ଜାରି ରଖିଛନ୍ତି ଶ୍ରମିକ । ଫଳରେ ଇମ୍ଫା ର ଖଣି ଖନନ ଓ ପରିବହନ ଠପ ହୋଇଛି । ୫ ଦିନ ଧରି ଶ୍ରମିକ ମାନେ ଆନ୍ଦୋଳନ କଲେଣି ହେଲେ ଶୁଣୁନି ଇମ୍ଫା । ନା ଶ୍ରମିକ ଙ୍କ ସମସ୍ୟା ସମାଧାନ କରୁଛି ନା ଶ୍ରମିକ ଙ୍କୁ ଆନ୍ଦୋଳନ ରୂ ଉଠାଉଛି । କାଳିଆ ପାଣି ର ୭ ଟି ପଞ୍ଚାୟତ ଲୋକେ ଏହି ଆନ୍ଦୋଳନ ସାମିଲ ହୋଇ ଇମ୍ଫା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଇମ୍ଫା ଖାଲି ଶ୍ରମିକ ଙ୍କୁ ଶୋଷଣ କରୁଛି ତାହା ନୁହେଁ ବରଂ ଜଙ୍ଗଲ ଜମି କୁ ମଧ୍ୟ ଜବର ଦଖଲ କରୁଛି ଏହି ଠକ କମ୍ପାନୀ । ଇମ୍ଫା ନାଁ ରେ ଏମିତି ମାଳ ମାଳ ଅଭିଯୋଗ ଆଣିଛନ୍ତି ଇମ୍ଫା ରେ କାମ କରୁଥିବା ଶ୍ରମିକ ।

ମେସିନ ରେ କାମ କରାଇ ଶ୍ରମିକ ଙ୍କୁ କାମ ରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି ଇମ୍ଫା । ଗତ କରୋନା ସମୟରେ ୩୫୦ ଲୋକ କାମ କରୁଥିବା ଶ୍ରମିକ ଙ୍କୁ ୨୬ ଦିନ କାମ ଦେବ ବୋଲି କହି ଭୁଆଁ ବୁଲାଇ ୬ ଦିନ କାମ ଦେଇ ଶ୍ରମିକ ଙ୍କ ପେଟ କୁ ନାତ ମାରୁଛି ପଣ୍ଡା ମାଲିକ। ମେସିନ ରେ କାମ କରାଇ ଶ୍ରମିକ ଙ୍କ ମୁହଁ ରୁ ଦାନା ଛଡାଇ ନେଉଥିବା ଅଭିଯୋଗ । ତେବେ ଅଭିଯୋଗ ପରେ ନିଜର ପାରିବା ପଣିଆ ଦେଖାଇ ଗାଇଡ଼ ଲାଇନ ର ପାଠ ପଢ଼ାଉଛି ଇମ୍ଫା । ସେପ୍ଟି ଗାଇଡ଼ ଲାଇନ ର ପାଠ ପଢ଼ାଇ ଚାଲାକି ଦେଖାଉଛି କମ୍ପାନୀ । ଯଦି ଗାଇଡ଼ ଲାଇନ ର କଥା ଉଠୁଛି ତେବେ ପୂର୍ବ ରୁ କେଉଁଠି ଥିଲା ଏହି ନିୟମ । କେଉଁ ପରିସ୍ଥିତିରେ ଶ୍ରମିକ ଙ୍କୁ କାମ ଦେଉଥିଲା ଇମ୍ଫା । ତେବେ ଯଦି ଆଗାମୀ ଦିନ ରେ ଇମ୍ଫା ଶ୍ରମିକ ଙ୍କ ଦାବି କୁ ପ୍ରାଧାନ୍ୟ ଦେଇ ସମାଧାନ ନକରିଛି ତେବେ ଆଇନ କୁ ହାତ କୁ ନେବାକୁ ଚେତାବନୀ ଦେଇଛନ୍ତି ଶ୍ରମିକ ।

Leave a comment