ଆଇଏଫଏସ୍ ସ୍ତରରେ ଅଦଳବଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାର ରାଜ୍ୟ ସରକାର ଆଇଏଫ୍ଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଅନୁଯାୟୀ,ଶୁଶାନ୍ତ ନନ୍ଦଙ୍କୁ ପରିବେଶ ନିର୍ଦ୍ଦେଶକ ସମେତ ଅତିରିକ୍ତ ପଦବୀ ଭାବେ ସିଇଓ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅରୁଣ କୁମାର ସ୍ୱାଇଁ ଓଏଫଡିସି ନିର୍ଦ୍ଦେଶକ(ବାଣିଜ୍ୟ), ପୁର୍ଣ୍ଣିମା ପି ଙ୍କୁ ଖୋର୍ଦ୍ଧା ଡିଏଫଓ, ରାମସ୍ୱାମୀ. ପିଙ୍କୁ ପୁରୀ ଡିଏଫଓ, ରବି ମିନାଙ୍କୁ ସାତକୋସିଆ ଡିଭିଜନର ଡିଏଫଓ, ଜେ ସୁଦର୍ଶନ ଗୋପିନାଥଙ୍କୁ ଅଠଗଡ ଜଙ୍ଗଲ ଡିଭିଜନର ଡିଏଫଓ ଏବଂ ସସ୍ମିତା ଲେଙ୍କାଙ୍କୁ ପିସିସିଏଫ୍ ଡିସିଏଫ୍ ଭାବେ ନିଯୁକ୍ତ କରାଯାଇଛି।

Leave a comment