ଆପଣଙ୍କ ପିଲା ଅଧିକ ଜିଦ କରୁଥିଲେ, ଏହି ଉପାୟରେ କରାନ୍ତୁ ଚୁପ

ବେଳେବେଳେ ପିଲାମାନେ ବାହାର ସ୍ଥାନରେ ଲୋକମାନଙ୍କ ସାମ୍ନାରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି । ଯେଉଁଥିପାଇଁ ବାପା ମା’ଙ୍କୁ ପିଲାମାନଙ୍କୁ ସମ୍ଭାଳିବା କଷ୍ଟ ହୋଇଥାଏ । ଯଦି ଆପଣଙ୍କ ପିଲାମାନେ ମଧ୍ୟ ଏଭଳି ଜିଦ କରୁଛନ୍ତି ତେବେ କିଛି ସହଜ ଟିପ୍ସ ଦ୍ୱାରା ଆପଣ ପିଲାଙ୍କର ଏଭଳି ସ୍ୱଭାବକୁ ଦୂରେଇ ପାରିବେ ।
କିଛି ପିଲାଙ୍କର ଅଧିକ ଜିଦ କରିବା ପ୍ରକୃତି ରହିଥାଏ । ଏଭଳି ପରିସ୍ଥିତିରେ ପିଲାମାନେ ଘରେ ସବୁବେଳେ ନିଜ ବାପା ମା’ଙ୍କ ସାମ୍ନାରେ ଜିଦ୍ କରିଥାନ୍ତି । କିନ୍ତୁ ବେଳେବେଳେ ପିଲାମାନେ ବାହାର ସ୍ଥାନରେ ଲୋକମାନଙ୍କ ସାମ୍ନାରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି । ଯେଉଁଥିପାଇଁ ବାପା ମା’ଙ୍କୁ ପିଲାମାନଙ୍କୁ ସମ୍ଭାଳିବା କଷ୍ଟ ହୋଇଥାଏ । ଯଦି ଆପଣଙ୍କ ପିଲାମାନେ ମଧ୍ୟ ଏଭଳି ଜିଦ କରୁଛନ୍ତି ତେବେ କିଛି ସହଜ ଟିପ୍ସ ଦ୍ୱାରା ଆପଣ ପିଲାଙ୍କର ଏଭଳି ସ୍ୱଭାବକୁ ଦୂରେଇ ପାରିବେ ।
ଘରେ ବାପା ମା’ ମାନେ ସହଜରେ ପିଲାମାନଙ୍କ ସହ ଡିଲ୍ କରି ପାରନ୍ତି କିନ୍ତୁ ବଜାରରେ ଖେଳନା କିମ୍ବା ଖାଦ୍ୟ ଦେଖିବା ପରେ ପିଲାମାନେ ଜିଦ କରନ୍ତି । ଅପମାନ ହେବା ଭୟରେ ବାପା ମା’ ନିଜ ପିଲାମାନଙ୍କର ଜିଦ୍ କୁ ପୂରା କରନ୍ତି । ତେବେ ପିଲାମାନଙ୍କର ଏଭଳି ଜିଦ୍ କୁ ଦୂରେଇବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ ଜଣାଇବୁ ।
ପିଲାମାନଙ୍କ ଜିଦ୍ କୁ ଦୂରେଇବା ପାଇଁ ତାଙ୍କୁ ସ୍ନେହର ସହ ବୁଝାଇବାକୁ ଚେଷ୍ଟା କରନ୍ତୁ । ସେମାନଙ୍କ ସହିତ ଡିଲ୍ କରିବା ପାଇଁ ଧୈର୍ଯ୍ୟ ରଖନ୍ତୁ । ତାଙ୍କୁ ସ୍ନେହରେ ସହ ବୁଝାଇବା ଦ୍ୱାରା ସେମାନେ ଆପଣଙ୍କ କଥାକୁ ଶୁଣିବେ ।
ଅନେକ ସମୟରେ ପିଲାମାନେ ବଜାରରେ ଛୋଟ ଛୋଟ ଜିନିଷ କିଣିବା ପାଇଁ ଜିଦ୍ କରନ୍ତି । ବାପା ମା’ ବ୍ୟସ୍ତତାରେ ପିଲାମାନଙ୍କ କଥାକୁ ଗୁରୁତ୍ୱ ଦେଇ ନଥାନ୍ତି । ପରେ ପିଲାମାନଙ୍କ ପାଖରେ ଅନ୍ୟ କୌଣସି ଅପ୍ସନ ନମିଳିଲେ ସେମାନେ ଧିରେ ଧିରେ ଜିଦ୍ କରିବା ଆରମ୍ଭ କରନ୍ତି । ଏବଂ ସମୟ ଅନୁସାରେ ଏହି ଜିଦ ତାଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ତେଣୁ ଆପଣ ପିଲାଙ୍କର ଏହି ସମସ୍ୟାକୁ ଦୂରେଇବା ପାଇଁ ତାଙ୍କ କଥାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
ପିଲାମାନଙ୍କ ଉପରେ ରାଗି ତାଙ୍କୁ ଚୁପ କରିବା ଠାରୁ ସେମାନଙ୍କୁ ଅନ୍ୟ କୌଣସି ଜିନିଷର ଲୋଭ ଦେଖାଇ ତାଙ୍କୁ ଚୁପ କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ପିଲା ଦାମୀ ଖେଳନା ନେବା ପାଇଁ ଜିଦ୍ କରୁଥିବ ତେବେ ଆପଣ ସେମାନଙ୍କୁ କୌଣସି ବାହାର ସ୍ଥାନରେ ବୁଲାଇ ପାରିବେ କିମ୍ବା ତାଙ୍କ ପସନ୍ଦର ଖାଦ୍ୟ ସେମାନଙ୍କୁ ଖୁଆଇ ପାରିବେ । ଏଭଳି ପରିସ୍ଥିତିରେ ପିଲାମାନେ ସେମାନଙ୍କ ଜିଦ୍ ଛାଡ଼ି ଆପଣଙ୍କ କଥା ମାନିଥାନ୍ତି ।
ଅନେକ ସମୟରେ ଭୋକ ଲାଗିବା କାରଣରୁ ପିଲାମାନେ ଚିଡ଼ି ଥାନ୍ତି ଏବଂ ଗୋଟିଏ ଜିନିଷର ଜିଦ୍ ଧରି ବସିଥାନ୍ତି । ଏପରି ସ୍ଥିତିରେ ଘରୁ ବାହାରିବା ସମୟରେ ପିଲାଙ୍କ ପସନ୍ଦର ଖାଦ୍ୟ ସାଙ୍ଗରେ ଧରି ଘରୁ ବାହାରିବା ଉଚିତ୍ । ଯାହା ଦ୍ୱାରା ପିଲାଙ୍କ ପେଟ ଭରି ରହିବ ଏବଂ ସେମାନଙ୍କ ମୁଡ୍ ବି ଠିକ ରହିବ । ପରେ ପିଲାମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବେ ।