ଯଦି ସକାଳୁ ଉଠି ଆପଣ ମଧ୍ୟ ଏହିସବୁ ଜିନିଷ ଦେଖୁଛନ୍ତି, ହାତ ଆପଣଙ୍କ ଏଇ ଶୁଭ ହେବ, ଏଥିସହ ଆପଣଙ୍କୁ ଭବିଷ୍ୟତରେ ଶୁଭ ଫଳ ମିଳିବ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ସମୟ ଟି ଖୁବ୍ ଶୁଭ ସମୟ ବୋଲି କୁହାଯାଇଥାଏ । ଏହି ସମୟରେ କିଛିଟା ଶୁଭ ଜିନିଷ ର ଯଦି ଦର୍ଶନ ହୋଇଯାଏ ତେବେ ଦିନଟି ଭଲରେ ଅତିବାହିତ ହୋଇଥାଏ ବୋଲି ମାନ୍ୟତା ରହିଛି ଓ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । ସକାଳୁ ଉଠିବା ପରେ କେଉଁ ସବୁ ଜିନିଷ କୁ ଦେଖିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା ସସ୍ତ୍ରଜ୍ଞା ମାନଙ୍କର କଣ ରହିଛି ମତ ।

-ସକାଳୁ ଆପଣ ଉଠିବା ମାତ୍ରକେ ଯଦି ପକ୍ଷୀ ମାନଙ୍କ ର କଳରବ ଶୁଣୁ ଛନ୍ତି ତେବେ ଏହା ଶୁଭ ସୂଚନା ଅଟେ । ଏହା ଦର୍ଶାଇ ଥାଏ ଯେ ଆପଣଙ୍କ ଦିନଟି ଭଲରେ କଟିବ ।

-ଯଦି ଆପଣ ସକାଳୁ ଉଠିବା ପରେ ଦେଖିବେ ଯେ କୌଣସି ସଧବା ନାରୀ ହାତରେ ପୂଜା ଥାଳି କିମ୍ବା ଫୁଲ କିମ୍ବା ପୂଜା ସମ୍ବନ୍ଧୀୟ ଜିନିଷ ଧରି ଠିଆ ହୋଇଛି ତେବେ ଏହା ଶୁଭ ସୂଚନା ଦେଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କୁ ଗୋଟିଏ ବଡ଼ କାମରେ ସଫଳତା ମିଳିବ ।

-ଯଦି କୌଣସି ବ୍ୟକ୍ତି ସକାଳ ଆରମ୍ଭ ଧଳା ପୁଷ୍ପ ଦେଖିବେ ଆରମ୍ଭ କରିବେ ତେବେ ଏହା ସୂଚନା ଦେଇଥାଏ ଯେ ମାତା ଲକ୍ଷ୍ମୀଙ୍କ କୃପା ରୁ ଆପଣଙ୍କ ଦିନଟି ଭଲରେ କଟିବ ଓ ଅଟକି ଥିବା କାର୍ଯ୍ୟ ସୁରୁଖୁରୁରେ ହୋଇପାରେ ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଆଖି ଖୋଲିବା ମାତ୍ରକେ ଆପଣ ଯଦି ଦୁଗ୍ଧ କିମ୍ବା ଦହି ଇତ୍ୟାଦି ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ ।

-ଯଦି ସକାଳୁ ଉଠି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ଯିବା ସମୟରେ ଗାଈ ବାଛୁରୀ ଚରୁ ଥିବା ଦେଖିବେ ତେବେ ଆପଣଙ୍କ ଦିନଟି ଭଲରେ ଅତିବାହିତ ହେବ ।

-ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ମନ୍ଦିର ର ଘଣ୍ଟି ସୁଭିବା କିମ୍ବା ମନ୍ଦିର ଦେଖାଯିବା ଖୁବ୍ ଶୁଭ ଅଟେ । ଏହା ଆପଣଙ୍କ ଦିନଟି କୁ ସୁଭମୟ କରିବ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି ।

Leave a comment