ସ୍କୁଲ୍ ନ ଆସିଲେ ସାଇକେଲ୍ ପାଇଁ ଟଙ୍କା ମିଳିବନି
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଷ୍ଟମରୁ ନବମ କ୍ଲାସରୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଇକେଲ ବାବଦ ଅର୍ଥ ଯାଇଛି । ସାଇକେଲ କିଣିଛନ୍ତି କି ନାହିଁ ତାହାର ବି କିଛି ସଠିକ୍ ତଥ୍ୟ ନାହିଁ । ସାଇକେଲ୍ ବାବସରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ ଆସି ନଥିବା ନେଇ ଡିଇଓଙ୍କ ରିପୋର୍ଟ ମିଳିବା ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି।
ଏବର୍ଷ ନିଷ୍ପତି ହୋଇଛି ଯେ ପିଲା ସ୍କୁଲକୁ ଆସିଲେ ହିଁ ସାଇକେଲ୍ ପାଇବେ । ସାଇକେଲ୍ ଅର୍ଥ ବଣ୍ଟଣ ପୂର୍ବରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ପିଲାଙ୍କ ତଥ୍ୟ ଭଲ ଭାବରେ ଯାଞ୍ଚ କରିବେ । ଚଳିତ ଆର୍ଥିକ ବର୍ଷରେ ସାଇକେଲ୍ ବାବଦରେ ପାଖାପାଖି ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନ୍ୟ ପକ୍ଷରେ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପିଲାଙ୍କୁ ସାଇକେଲ୍ ପାଇଁ ଦିଆଯାଉଥିବା ଅର୍ଥରେ ବଜାରରେ ସାଇକେଲ ମିଳୁନାହିଁ । ବଜାରରେ ସାଇକେଲ ମୂଲ୍ୟ ୪୦୦୦ ଥିବା ବେଳେ ସରକାର ଦେଉଛନ୍ତି ମାତ୍ର ୨୬୦୦ ଟଙ୍କା । ପିଲା ସାଇକେଲ୍ କିଣିବା ପରେ ଫଟୋ ଉଠାଇ ଦାଖଲ କରିବାକୁ ପ୍ରଧାନଶିକ୍ଷକଙ୍କୁ କୁହାଯାଉଛି । ଯେଉଁ ପିଲାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ସାଇକେଲ ପାଇଁ ଆଉ ଟଙ୍କା ଆଣିବ କେଉଁଠୁ ତାହା ବଡ଼ ପ୍ରଶ୍ନ ।