ମହିଳାମାନେ ଏହି ବୟସରେ ମା’ ହେଲେ ଶିଶୁଟି ହୋଇଥାଏ ଅଧିକ ବୁଦ୍ଧିମାନ; ଜାଣିଛନ୍ତି କି ଏହାର କାରଣ ସମ୍ପର୍କରେ
ପ୍ରତ୍ୟେକ ମହିଳା ନିଜ ପିଲା ବିଷୟରେ ଅନେକ କିଛି ଚିନ୍ତା କରିଥାନ୍ତି । ପିଲାଟି କିପରି ବୁଦ୍ଧିମାନ ହେବ, ସେନେଇ ବହୁତ ଭାବିଥାନ୍ତି । କିନ୍ତୁ ବାପା ମା ନିଜ ଝିଅମାନଙ୍କୁ ବର୍ତ୍ତମାନ ସମୟରେ ମାତ୍ର ୨୧ ବର୍ଷ ବୟସରେ ବିବାହ କରି ଦେଉଛନ୍ତି । ଆଉ ବିବାହର ଗୋଟିଏ ବର୍ଷ ପରେ ସେମାନେ ପିଲା ଜନ୍ମ କରି ଦେଉଛନ୍ତି । କିନ୍ତୁ ସେହି ପିଲା ମାନଙ୍କର ଅନେକ ସମସ୍ୟା ରହୁଅଛି ।
ତେବେ ଝିଅ ମାନଙ୍କର ବିବାହର ସଠିକ ସମୟ ଏବଂ ପିଲା ଜନ୍ମ କରିବାର ସଠିକ ସମୟ ବିଷୟରେ ଆଜି ଆମେ ଜାଣିବା । ଏକ ଗବେଷଣା ଅନୁଯାୟୀ ଝିଅ ମାନଙ୍କର ବିବାହ କରିବାର ସଠିକ ବୟସ ୩୦ ବର୍ଷ ହୋଇଥାଏ କିନ୍ତୁ ଏହି ଝିଅ ମାନଙ୍କର ଗର୍ଭାଶୟ କର୍କଟ ହେବାର ଆଶଙ୍କା ବହୁଳ ପରିମାଣରେ ରହିଥାଏ । ଏହାବ୍ୟତୀତ ଯଦି ଏହି ବୟସରେ ମହିଳା ମାନେ ସନ୍ତାନ ଜନ୍ମ କରିଥାନ୍ତି , ତେବେ ସେମାନେ ବହୁତ ବୁଦ୍ଧିମାନ ଏବଂ ସତେଜ ହୋଇଥାନ୍ତି । ମହିଳା ମାନେ ଏହି ବୟସରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମ୍ଭାଳି ପାରିଥାନ୍ତି ଏବଂ ନିଜେ ସେଟେଲ ହୋଇ ଯାଇଥାନ୍ତି ।
ଅନ୍ୟପକ୍ଷରେ କମ୍ ବୟସରେ ବିବାହ କରିଥିବା ଝିଅ ମାନଙ୍କର ଗର୍ଭରୁ ଜନ୍ମ ହୋଇଥିବା ପିଲାମାନେ ଅସୁସ୍ଥ ହୋଇଥାନ୍ତି । ଏବଂ ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ତେଣୁ ଏକ ସୁସ୍ଥ ଏବଂ ବୁଦ୍ଧିମାନ ପିଲା ପାଇବା ପାଇଁ ପ୍ରତ୍ୟେକ ମହିଳା ପ୍ରାୟତଃ ୩୦ ବର୍ଷ ପାଖାପାଖି ବୟସରେ ପିଲା ଜନ୍ମ କରନ୍ତୁ ।
ଏହି ବୟସରେ ମା ହେଲେ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ପିଲାମାନେ ସୁସ୍ଥ ସବଳ ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ତେଣୁ ଶୀଘ୍ର ଶୀଘ୍ର ବିବାହ କରି ଏବଂ ପିଲାଜନ୍ମ କରି ନିଜର ଆଗାମୀ ପିଢ଼ି ମାନଙ୍କୁ ଆଦୌ ଅସୁସ୍ଥ କରନ୍ତୁ ନାହିଁ ।