ଛୋଟପିଲାଙ୍କଠରେ ଏହିସବୁ ସମସ୍ୟା ଦେଖାଦେଉଥିଲେ ଜାଣିରଖନ୍ତୁ ଏହା ହେଉଛି ଡିପ୍ରେସନର କାରଣ

0

ଆଜିକାଲି ପ୍ରାୟ ସମସ୍ତ ପିଲା ଛୋଟ ବେଳରୁ ଡିପ୍ରେସନ ର ଶିକାର ହେଉ ଥିବାର ଦେଖିବାକୁ ମିଳୁଛି l ଏପରିସ୍ଥିତି ରେ ଅଭିଭାବକ ଓ ଶିକ୍ଷକ ଙ୍କୁ ତାଙ୍କର ଏହି ସ୍ଥିତିକୁ ବୁଝିବା ଜରୁରୀ l ଏଠାରେ ଡିପ୍ରେସନ ରେ ରହୁଥିବା ପିଲା ମାନଙ୍କ ବିଷୟରେ କିଛଟା ବିଶେଷ ତଥ୍ୟ ଦିଆଯାଇଛି l

* ଯେଉଁ ପିଲାମାନେ ଡିପ୍ରେସନ ରେ ପୀଡିତ ହୋଇ ଥାଆନ୍ତି ସେମାନେ ଅନେକ ସମୟରେ ଚୁପ ଚାପ ରହୁ ଥିବାର ଦେଖିବାକୁ ମିଳିଥାଏ l ଏବଂ ନିଜକୁ ଭିଡ଼ ଠାରୁ ଦୂରେଇ ରଖି ଥାଆନ୍ତି l

* ଡିପ୍ରେସନ ରେ ଗ୍ରସିତ ପିଲା ମାନେ ସବୁବେଳେ ଗୋଟିଏ ଅଜଣା ଭୟରେ ରହି ଥାଆନ୍ତି l ଏବଂ ସେମାନେ ଅନ୍ୟ ମାନଙ୍କର ସାହାଯ୍ୟ ମନେ ମନେ ଖୋଜି ଥାଆନ୍ତି l

* ଡିପ୍ରେସନ ରେ ପୀଡିତ ପିଲାମାନେ ଖୁବ ଶୀଘ୍ର ଚିଡଚିଡା ହୋଇ ଯାଇ ଥାଆନ୍ତି l ଏବଂ ଖୁବ ଛୋଟ ଛୋଟ କଥାରେ ଉତେଜିତ ହୋଇଯାଇ ଥାଆନ୍ତି l

* ଅତ୍ୟଧିକ ଥକା ଅନୁଭବ କରନ୍ତି ଏବଂ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ l

* କୌଣସି କାର୍ଯ୍ୟ ରେ ନିଜର ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ନାହିଁ ଏବଂ ନିଦ୍ରା ହୀନତାର ଶିକାର ହୁଅନ୍ତି l ଯେଉଁ କାରଣରୁ କ୍ରୋଧ ର ବଶବର୍ତ୍ତୀ ହୁଅନ୍ତି l

Leave a comment