ଆଇଏଏସସ୍ତରରେ ବଡଧରଣର ଅଦଳବଦଳ, ବଦଳିଲେ ତିନି ମହାନଗର ନିଗମ କମିଶନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏଏସ ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ତିନି ମହାନଗର ନିଗମ କମିଶନର ସମେତ ବହୁ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନ ଭାବେ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି କଟକ କମିଶନର ଭାବେ ନିଖିଲ ପବନ କଲ୍ୟାଣ ଓ ବ୍ରହ୍ମପୁର ମହାନଗର କମିଶନର ଭାବେ ଜେ. ସୋନାଲଙ୍କୁ ଅବସ୍ଥାପିତ କରାଯାଇଛି ।

ସେହିପରି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. OSMCL ଏମଡି ଭାବେ ଅବସ୍ଥାପିତ ହୋଇଥିବା ବେଳେ ପ୍ରେମଚନ୍ଦ୍ର ଚୌଧୁରୀ କୃଷି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏଥିସହିତ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ସଂଗ୍ରାମ ମହାପାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ, ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।

ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, ସ୍ୱଧା ଦେବସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ,
ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ, ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଂଜାମ ଜିଲ୍ଲାପାଳ, ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କୁ ଭଦ୍ରକ ଜିଲ୍ଲାପାଳ, ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ, ଦତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ପି. ଅନ୍ୱେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ପାଟିଲ ଆଶିଷ ଈଶ୍ୱରଙ୍କୁ କନ୍ଧମାଳ ଜିଲ୍ଲାପାଳ, ହେମକାନ୍ତ ସାଏଙ୍କୁ ନୂଆପଡ଼ା ଜିଲ୍ଲାପାଳ, କୀର୍ତୀ ଭାସନଙ୍କୁ ଗଞ୍ଜାମ ପିଡି ଡିଆରର୍ଡିଏ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର, ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ ଭାବେ ଅବସ୍ଥାପିତ କରାଯାଇଛି ।

Leave a comment