ବନ୍ୟା ମୁକାବିଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରପଡ଼ା ଲାଗି ହେମନ୍ତ ଶର୍ମା, କଟକ- ଡି.କେ ସିଂହ, ବାଲେଶ୍ୱର- ବିଶାଲ ଦେବ, ଭଦ୍ରକ-ବିଷ୍ଣୁପଦ ସେଠୀ, ଯାଜପୁର- ଭି.ଭି. ଯାଦବ, ଜଗତସିଂହପୁର-ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ୪୬ଟି ଗେଟ୍ ଖୋଲି ଦିଆଯାଇଛି। ୪୬ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେବ। ଏବେ ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଜଳ ପତନ ୬୨୬.୭୭ ରହିଛି। ଡ୍ୟାମରୁ ୭ଲକ୍ଷ ୨୮ ହଜାର ୨୫୮ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଛି। ମୁଣ୍ଡଳିରେ ୯ଲକ୍ଷ ୩୩ହଜାର ୫୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।