କରୋନା ପାଇଁ ଛୁଟି ନେଲେନି; ଏକ ମାସର ଛୁଆକୁ ଧରି କାମକରୁଛନ୍ତି ମହିଳା ଅଫିସର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ସମୟରେ କର୍ତ୍ତବ୍ୟକୁ ଶ୍ରେୟ ଦେଇ ଅନେକ ଅଫିସର ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଆଉ ଜଣେ ମହିଳା ବେଶ ଚର୍ଚ୍ଚାରେ ରହିଛନ୍ତି। ସେ ଜଣେ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରିଣୀ । ପିଲାଜନ୍ମ କରିବାର ମାସକପରେ ଆସି କାମରେ ଯୋଗ ଦେଇଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗ୍ରେଟର୍ ବିଶାଖାପଟନମ୍ ମୁନିସପାଲ୍ କର୍ପୋରେସନର କମିସନର ଭାବେ କାର୍ଯ୍ୟରତ ଅଧିକାରିଣୀ ହେଉଛନ୍ତି ୨୦୧୩ ବ୍ୟାଚର ଆଇଏଏସ୍ ସୃଜନ ଗୁମ୍ମାଲ୍ଲା। ସପ୍ତାହେ ହେବ ସେ ଛୁଆକୁ ଧରି ଅଫିସ୍ ଆସୁଛନ୍ତି। ଅଫିସରେ କାମ କରିବା ବେଳେ ଛୁଆକୁ କୋଳରେ ଧରିଥିବା ତାଙ୍କ ଫଟୋ ଏବେ ଭାଇରାଲ୍ ହୋଇଛି।
ଟୁଇଟର୍ ବ୍ୟବହାରକାରୀ ଚିଗୁରୁ ପାର୍ଥନାଥ କୁମାର ଶ୍ରୀମତୀ ଗୁମ୍ମାଲ୍ଲାଙ୍କ ବିଷୟରେ ଉପରୋକ୍ତ ତଥ୍ୟ ସବୁ ଟୁଇଟ୍ କରି ପୋଷ୍ଟ୍ କରିଛନ୍ତି। ଗୁମ୍ମାଲା ମଧ୍ୟ ଚିଗୁରୁଙ୍କ ଟୁଇଟର ଉତ୍ତର ଦେଇ ଲେଖିଛନ୍ତି ଯେ କର୍ମସ୍ଥଳୀରେ ଥିବା ବେଳେ ମଧ୍ୟ ଛୁଆଟି ଉପଯୁକ୍ତ ଯତ୍ନ ପାଇବ ବୋଲି ନିଶ୍ଚିତ ହେବା ପାଇଁ ସେ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛନ୍ତି।