ହତ୍ୟାକାଣ୍ଡରେ ମୋର କିଛି ଭୂମିକା ନାହିଁ – ଗ୍ୟାଙ୍ଗଷ୍ଟର ଲରେନ୍ସ

ସିଦ୍ଧୁ ମୁସେୱାଲା ହତ୍ୟା

0

ନୂଆଦିଲ୍ଲୀ : ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦିଲ୍ଲୀର ତିହାର ଜେଲରେ ଦିନକାଟୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋୟୀକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲରେ ରିମାଣ୍ଡରେ ନେଇ ପଚାରଉଚରା କରୁଛି। ପୁଲିସ ଲରେନ୍ସକୁ ଏକ ପୁରୁଣା ମାମଲାରେ ରିମାଣ୍ଡରେ ନେଇଛି। ପୁଲିସ ସୂତ୍ରରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲରେନ୍ସ ପଚାରଉଚରା ସମୟରେ ସହଯୋଗ କରିନାହିଁ। ପୁଲିକୁ ଏପର୍ଯ୍ୟନ୍ତ ମୁସେୱାଲାଙ୍କ ହତ୍ୟାକାରୀ ସଂପର୍କରେ ତଥ୍ୟ ମିଳିପାରି ନାହିଁ।

ପୁଲିସର ପଚରାଉଚରାରେ ଗ୍ୟାଙ୍ଗଷ୍ଟର ଲରେନ୍ସ କଣ୍ଠଶିଳ୍ପୀ ମୁସେୱାଲାଙ୍କ ହତ୍ୟକାଣ୍ଡଠାରୁ ଅଲଗା କରି ରଖୁଛି। ଏଥି ସହିତ ସୋସିଆଲ ମିଡିଆରେ ପୋଷ୍ଟରେ ମଧ୍ୟ ନିଜେ କିଛି ଜାଣି ନଥିବା କହିଛି। ଲରେନ୍ସ ପୋଲିସକୁ କହିଛି ଯେ, ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ହେଉଛି, ଏଥିରେ ତାଙ୍କର ଗ୍ୟାଙ୍ଗର କୌଣସି ଭୂମିକା ନାହିଁ। ପୁଲିସ ସୂତ୍ର ଅନୁସାରେ ଲରେନ୍ସ ଏହା ଖୁଲାସା କରିଛି ଯେ, ଭିକ୍କୀ ମିଦ୍ଦୁଖେଡାଙ୍କ ହତ୍ୟାର ପ୍ରତିଷୋଧ ନେବାକୁ ଯାଇ ମୁସେୱାଲାଙ୍କ ହତ୍ୟା କରାଯାଇଛି।

Leave a comment