ତେଲଙ୍ଗାନା ପୋଲିସ ସହାୟତାରେ ହାଇଦର ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିକିତ୍ସା ହେବା ବାହାନାରେ ସମ୍ବଲପୁର ଜେଲରୁ ଏସସିବି ହସ୍ପିଟାଲକୁ ଆସି ପୋଲିସକୁ ଚକମା ଦେଇ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଆଜି ତେଲଙ୍ଗାନାରୁ ଗିରଫ ହୋଇଛି । ତେଲଙ୍ଗାନା ପୋଲିସ ସହାୟତାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଆସନ୍ତା କାଲି ହାଇଦରକୁ ଓଡିଶା ଅଣାଯିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଏସସିବି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଏପ୍ରିଲ ୧୦ ତାରିଖରେ ପୋଲିସକୁ ଭୁଆଁ ବୁଲାଇ ନିଜ ସହଯୋଗୀ ସହାୟତାରେ ବାଇକରେ ଫେରାର ହୋଇଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦର ରାଜ୍ୟ ବାହାରକୁ ଚାଲିଯାଇଥିବା ନେଇ ପୋଲିସ ସନ୍ଦେହ କରୁଥିବାବେଳେ ଆଜି ତେଲଙ୍ଗାନା ପୋଲିସ ସହାୟତାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସକ୍ଷମ ହୋଇଛି ।

Leave a comment