ସ୍ତ୍ରୀ ଆତ୍ମହତ୍ୟା ର ଭିଡିଓ ସୁଟ କଲା ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ସ୍ୱାମୀ ଭିଡିଓ ସୁଟ କରିବା ପରେ ତାକୁ କଲା ଭାଇରଲ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ । ଯୌତୁକ ପାଇଁ ଶଶୁର ଘର ଲୋକଙ୍କ ବାରମ୍ବାର ଦିଆଯାଉଥିବା ନିର୍ଯ୍ୟାତନା କୁ ସହିନପାରି ଶେଷରେ ମହିଳା କଲେ ଆତ୍ମହତ୍ୟା । ତାଙ୍କ ସ୍ୱାମୀ ଏହା ଦେଖି ମଧ୍ୟ ସ୍ତ୍ରୀକୁ ବଞ୍ଚାଇବା ପରିବର୍ତ୍ତେ କଲେ ଭିଡ଼ିଓ ସୁଟ

ସୂଚନା ଅନୁଯାୟୀ, ହାଇୱେ କ୍ଷେତ୍ର ବୁଦ୍ଧ ବିହାର କଲୋନୀ ର ରାଜ କପୁର ଗୀତାଙ୍କୁ ୨୦୧୫ ଏପ୍ରିଲ ୨୨ରେ ବିବାହ କରିଥିଲେ । ବିବାହ ପରଠାରୁ ଶାଶୂଘର ଲୋକେ ଏକ କାର୍ ଆଣିବା ପାଇଁ ଦାବି କରିଥିଲେ । ଗୀତା ଙ୍କ ଘରଲୋକ କାର୍ ଦେବାପାଇଁ ସମର୍ଥ ନହେବାରୁ ଅଧିକାଂଶ ସମୟରେ ସେମାନେ ଗୀତା କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଅସୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ଗୀତା । ଏହି ଘଟଣାରେ ପୋଲିସ ଗୀତା ଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ମାମଲା ରୁଜୁ କରିବା ସହ ସ୍ୱାମୀ ରାଜ କପୁର, ଶାଶୂ ବିମଳାଙ୍କୁ ଗିରଫ କରିଛି ପୋଲିସ । ୧୨ ମିନିଟ୍‌ ୧୪ ସେକେଣ୍ଡର ଏହି ଭିଡିଓ ରାଜ ଗିରଫ ହେବାର ଦୁଇଦିନ ପରେ ଭାଇରାଲ ହେବା ପୋଲିସ କୁ ଆଶ୍ଚର୍ଯ୍ୟ କରିଛି । ଏସ୍‌ପି ଶ୍ରବଣ କୁମାର କହିଛନ୍ତି, କିଏ ଓ କାହିଁକି ଏ ଭିଡ଼ିଓ ଭାଇରଲ କରିଛି ଏହାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave a comment