ସ୍ୱାମୀର ଶବକୁ ବେଡ୍ରୁମ ଖଟ ଭିତରେ ଲୁଚାଇ ରଖିଥିଲା ସ୍ତ୍ରୀ
ଓଡିଶା ଫାଷ୍ଟ: ରାଜସ୍ଥାନ ଅଲୱରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଖଟ ଭିତରେ ଲୁଚେଇ ରଖି ଶବ ସହ ରହୁଥିଲେ। ମାତ୍ର ଶବଟି ଷଢି ଦୁର୍ଗନ୍ଧ ହେବାରୁ ମହିଳା ଜଣକ ତରବରିଆ ଭାବେ ତାକୁ ପୋଡିବାକୁ ଚେଷ୍ଟାକରି ପୋଲିସ ହାତରେ ଧରାପଡିଛନ୍ତି । ପରକୀୟା ପ୍ରୀତି ଯୋଗୁ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରାଜସ୍ଥାନ ଅଲୱର ର କୁଲଦୀପ ଦୁଇ ଦିନ ଧରି ଘରେ ନଥିଲେ । ପରିବାର ଲୋକେ ଏ ନେଇ ତାଙ୍କ ପତ୍ନୀ ନିଶାଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ। ତେବେ କୁଲଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ତାଙ୍କର ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ତେବେ ଗତ ଶୁକ୍ରବାର ରାତିରେ ଘରେ ମୂଶା ମରିଥିବା ବାହାନା କରି ଘରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଏଥିରେ ସେ ବେଡ ରୁମ ଖଟରେ ଲୁଚାଇ ରଖିଥିବା ତାଙ୍କ ସ୍ୱାମୀଙ୍କ ଶବକୁ କାଢି ଘର ଭିତରେ ପୋଡିବାକୁ ଚେଷ୍ଟା କରୁଥିଲେ । ହେଲେ ଶବଟି ପୁରା ପୋଡିନଥିଲା ।
ପରିବାର ଲୋକେ ତାଙ୍କ ବେଡ ରୁମକୁ ଯିବାରୁ ଘରେ ଦରପୋଡା ଶବ ଦେଖି ତାହା କୁଲଦୀପର ବୋଲି ଚିହ୍ନଟ କରିଥିଲେ । ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ନିଶାକୁ ଗିରଫ କରିଛି । ୨୦୧୩ ମସିହାରେ ନିଶା ଓ କୁଲଦୀପଙ୍କର ବିବାହ ହୋଇଥିଲା । ହେଲେ ପରସ୍ପର ଚରିତ୍ରକୁ ସେମାନେ ସନ୍ଦେହ କରୁଥିଲେ । ଏଥିଲାଗି ସେମାନେ ଉଭୟ ଉଭୟଙ୍କର ମୋବାଇଲ ଫୋନ ବି ଘାଣ୍ଟନ୍ତି । ଏଥିରୁ ଗତ ୧୭ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଦୀପକଙ୍କ ମୁଣ୍ଡ ଖଟ ବାଡରେ ପିଟି ହୋଇଯାଇଥିଲା । ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ନିଶା । ତେବେ ଦୀପକଙ୍କ ମରିବା ନେଇ ନିଶା ଘରେ କାହାରିକୁ ଜଣାଇନଥିଲେ । ତେବେ ଷଢି ଯିବାରୁ ତାକୁ ଘରେ ପୋଡିଦେବାକୁ ଉଦ୍ୟମ କରିଥିଲେ ।