ସ୍ତ୍ରୀର ଅଶ୍ଳୀଳ ଫୋଟୋ ଭାଇରାଲ କରି ସ୍ୱାମୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀ ଅଜାଣତରେ ପତି କରୁଥିଲା ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ। ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ ।
କେସ ନମ୍ବର ୩/୨୨ ଆଧାରରେ ଆଇପିସର ଧାରା ୪୨୦,୪୯୮,(A),୫୦୯, ଆଇଟି ଆକ୍ଟର ଧାରା ୬୭,୬୭(A)ରେ ଭଦ୍ରକରୁ ପତିକୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ପୋଲିସ ଉଭୟ ପତ୍ନୀ ଓ ପତିର ପରିଚୟ ଗୋପନ ରଖିଛି । ସୂଚନା ମୁତାବକ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ ଧିରେ ସ୍ବାମୀକୁ କିଛି ଟଙ୍କା ପଠାଉଥିଲେ । ଯେଉଁ ଟଙ୍କାରେ ସ୍ବାମୀ ନିଶା ପିଇ ମାତାଲ ହେଉଥିଲା । ହେଲେ ପତ୍ନୀର ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା ।
ଏନେଇ ସ୍ବାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ବର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ତେବେ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।