ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ସ୍ୱାମୀ- ସ୍ତ୍ରୀ ଏହି ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ

0

ଆମ ଜୀବନ ନୀତିଶାସ୍ତ୍ର ଉପରେ ଆଧାରିତ l ଯାହା ଆମକୁ ଗୋଟିଏ ସୁନ୍ଦର ଜୀବନ ବଂଚିବା ପାଇଁ ପ୍ରରଣା ଦେଇଥାଏ ଓ ସୁନ୍ଦର ଜୀବନ ମଧ୍ୟ ଆମେ ଅତିବାହିତ କରି ଥାଉ ସେହିସବୁ କାରଣ ଯୋଗୁ l ଆଜିର ନୀତିଶାସ୍ତ୍ର ଗୋଟିଏ ସୁଖଦ ଵିଵାହି ଜୀବନ କୁ ନେଇ, ଯେଉଁ ଛୋଟ ଛୋଟ କଥା ଗୁଡିକୁ ଆମେ ଅଣଦେଖା କରି ଦେଇଥାଉ ତାହା ଆମ ଜୀବନ ରେ ସୁଖ ଓ ଶାନ୍ତି ଆଣିଥାଏ l

ପ୍ରେମ – ପ୍ରତିଟି ସମ୍ପର୍କ ରେ ପ୍ରେମ ମୁଖ୍ୟ ଅଟେ l ଯଦି କୌଣସି ସମ୍ପର୍କ ରେ କମି ଯାଇଥାଏ, ତେବେ ସେହି ସମ୍ପର୍କ ଦୁର୍ବଳ ହୋଇ ଯାଇଥାଏ l ଯେଉଁ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଓ ସ୍ନେହ ପରିବାର ଠାରୁ ମିଳିଥାଏ ସେହି ବ୍ୟକ୍ତି ସଫଳତା ଲାଭ କରିଥାଏ l ଶାସ୍ତ୍ର ଅନୁସାରେ ଏଭଳି ପରିବାର ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ l

ସମର୍ପଣ – ଶାସ୍ତ୍ର ଅନୁସାରେ ସ୍ୱାମୀସ୍ତ୍ରୀ ଙ୍କ ସମ୍ପର୍କ ରେ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ l ଯେତେବେଳ ପର୍ଯ୍ୟନ୍ତ ସମ୍ପର୍କ ରେ ସମର୍ପଣ ଭାବ ନ ଆସିବ ସେତେବେଳ ପର୍ଯ୍ୟନ୍ତ ସେହି ସମ୍ପର୍କ ରେ ମଧୁରତା ଆସିବ ନାହିଁ l ଯେତେଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମର୍ପଣ ଭାବ ରହିଥାଏ ସେମାନେ କେହି କାହାର ଭୁଲ କୁ ଦେଖି ନଥାଆନ୍ତି l ତେଣୁ କଦାପି ସମର୍ପଣ ଭାବନା କମାଇବା ଉଚିତ ନୁହେଁ l

ଆଦର ଓ ସମ୍ମାନ – ନୀତିଶାସ୍ତ୍ର ଅନୁସାରେ ବୈବାହିକ ଜୀବନ ରେ ଜଣେ ଆଉ ଜଣଙ୍କ ପ୍ରତି ଆଦର ଓ ସମ୍ମାନ ଭାବନା ରଖିବା ଆବଶ୍ୟକ l ଯେଉଁ ସମ୍ପର୍କ ରେ ଏହି ୨ଟି ଭାବନା ନଥାଏ ସେଠାରେ ସମ୍ପର୍କ ଫିକା ପଡିଥାଏ l ପ୍ରତିଟି ସମ୍ପର୍କ ରେ ଆଦର ଓ ସମ୍ମାନ ରହିବା ଉଚିତ ଯାହାଦ୍ୱାରା ସମ୍ପର୍କ ରେ ଫାଟ ସୃଷ୍ଟି ହେବ ନାହିଁ l

Leave a comment