ଜଗନ୍ନାଥ ଭଜନ ଗାଇବାକୁ ମନାକରି ହ୍ୟୁମାନ ସାଗର ବିବାଦରେ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିବାଦରେ ଜଣାଶୁଣା ଗାୟକ ହ୍ୟୁମାନ ସାଗର। ବର୍ତ୍ତମାନ ଜଗନ୍ନାଥ ଭଜନ ବୋଲିବେ ନାହିଁ କହି ବିବାଦରେ ସେ। ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଧମକ ଦେବାରୁ ଥାନାରେ ପହଞ୍ଚିଲା ମାମଲା। ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କଲେ ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ।

ଦେବାଶିଷ ହ୍ୟୁମାନ ସାଗରଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ଅଫର୍ ଦେଇଥିଲେ। ମାତ୍ର ହ୍ୟୁମାନ ଭଜନ ଗାଇବାକୁ ମନା କରିଥିଲେ। ତେବେ ହ୍ୟୁମାନ ସାଗରଙ୍କ ସହଯୋଗୀ ବବୁଲ ରାଜେଶ ନାୟକଙ୍କୁ ଫୋନ କରି ଜାପାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

Leave a comment