ଜନ୍ମ ବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିର ଲକ୍ଷଣ
ବିଶ୍ବାସ କରାଯାଏ ଯେ ବ୍ୟକ୍ତିର ରାଶି, ଗ୍ରହ ଓ ନକ୍ଷତ୍ର ତାର ବ୍ୟକ୍ତିତ୍ବ ଏବଂ ସ୍ଵଭାବ ବିଷୟରେ ଜାଣିଇ ଥାଏ । ଏହାସହ ଜନ୍ମ ଦିନ,ସମୟ ଓ ତାରିଖ ମଧ୍ୟ ବ୍ୟକ୍ତିର ଗୁଣ ଓ ଚରିତ୍ର କିପରି ହେବ ଜଣାଇ ଥାଏ। ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ଜନ୍ମ ବାର ଅନୁଯାଇ ସେମାନଙ୍କର ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ।
ରବିବାର- ଯେଉଁ ବ୍ୟକ୍ତିମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି ସେମାନେ କ୍ରୋଧୀ,ଅଭିମାନୀ, କାମାଦୁର, ଭ୍ରମଣ ପ୍ରିୟ, ଧାର୍ମିକ ଓ ଭକ୍ତିମତ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଭାବୁକ ମଧ୍ୟ ହୋଇଥାନ୍ତି ।
ସୋମବାର- ସପ୍ତାହର ଦ୍ୱିତୀୟ ବାର ହେଉଛି ସୋମବାର। ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସ୍ଵଭାବରେ ଅଳସୁଆ, ଧୀରନୀତି, ପ୍ରିୟଭାଷୀ, ଭୋଗବିଳାସୀ, ସ୍ତ୍ରୀକୁ ସୁଖ ପ୍ରଦାନ କାରୀ, ଶାନ୍ତ, ସରଳ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।
ମଙ୍ଗଳବାର- ମଙ୍ଗଳବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷମାନେ ସ୍ଵଭାବ ସାହାସୀ, ଚଳଚଞ୍ଚଳ, ଶତ୍ରୁବିରୋଧୀ, କ୍ରୋଧୀ, ବିଦ୍ୟା ପ୍ରବୀଣ, ରୀତି ସୁଖରେ ସୁଖୀ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।
ବୁଧବାର- ବୁଧବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ । ସ୍ଵଭାବରେ ଗଭୀର ଚିନ୍ତାମଘ୍ନ, ନ୍ୟାୟଧୀଶ, ସର୍ବଗୁଣ ସମ୍ପନ୍ନ, ଅତି ଚତୁର ଓ କୂଟନୀତିରେ ପାରଙ୍ଗମ ହୋଇଥାନ୍ତି ।
ଗୁରୁବାର- ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ଏମାନେ ବୁଦ୍ଧି ଓ ବିଦ୍ୟାରେ ବିଚକ୍ଷଣ ହୋଇଥାନ୍ତି । ଏହା ବ୍ଯତୀତ ଏମାନେ ଜ୍ଞାନୀ, ଦୟାଳୁ, କୋମଳ, ଧନୀ ଏବଂ ଚତୁର ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଉପରେ ମାତ ଲକ୍ଷ୍ମୀଙ୍କ ସର୍ବଦା ଶୁଭ ଦୃଷ୍ଟି ରହିଥାଏ।
ଶୁକ୍ରବାର- ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସ୍ଵଭାବରୁ କଠୋର, ନୀତି ନିୟମ ପରାୟଣୀ, ପରୋପକାରୀ, ଭ୍ରମଣ ପ୍ରିୟ, ନେତୃତ୍ଵ ବାଦୀ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି ।
ଶନିବାର- ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ ବହୁ ଗୁଣର ଅଧିକାରୀ, କାମସୀ, ବିଦ୍ୟାରେ ପ୍ରବୀଣ, ପରଧନରେ ଲୋଭ, ଯଶସ୍ଵୀ, ଭୋଗ ବିଳାସୀ ଓ ଚତୁର ହୋଇଥାନ୍ତ ।