ହାୱାଡା ପୁରୀ ଧଉଳି ଏକ୍ସପ୍ରେସ ଲାଇନ ଚ୍ୟୁତ

0

ହାୱାଡା ପୁରୀ ଧଉଳି ଏକ୍ସପ୍ରେସ ର ଗୋଟାଏ ବଗି ଲାଇନ ଚ୍ୟୁତ ହୋଇଛି ।

ସୂଚନା ଅନୁଯାୟୀ, ହାୱାଡା ରୁ ପୁରୀ ଆସୁଥିବା ଧଉଳି ଏକ୍ସପ୍ରେସ ଭୋଗପୁର ଓ ପାଂସକୁରା ମଧ୍ୟରେ ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଥିବାର ଖବର ହସ୍ତଗତ ହୋଇଛି । ଏହି ଦୁର୍ଘଟଣା ରେ କୌଣସି ଯାତ୍ରୀ ଆହତ କିମ୍ବା ମୃତାହତ ହୋଇନଥିବା କଥା ରେଳବାଇ ପକ୍ଷରୁ କୁହାଯାଇଛି । ଏହି ବଗିରେ ମୋଟ ୮୫ଜଣ ଯାତ୍ରୀ ଥିବା କଥା ସୂଚନା ମିଳିଛି । ରେଳବାଇ ପକ୍ଷରୁଯାତ୍ରୀ ମାନଙ୍କ ସୂଚନା ପାଇଁ ହେଲ୍ପ ଲାଇନ ନମ୍ବର ଜାରିକରାଯାଇଛି ଯାହା ହେଉଛି-ଖଡ଼ଗପୁର ପାଇଁ -୦୩୨୨୨୨୫୫୭୫୧, ୦୩୨୨୨୨୫୫୮୯୭ । ବାଲେଶ୍ବର ପାଇଁ -୦୬୭୮୨୨୬୫୭୬୭ ।

Leave a comment