୪ଟା ଯାଏଁ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

0

ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ପ୍ରଥମରୁ ବିରୋଧୀ ବିଜେଡି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ । ପ୍ରଥମେ ଦିନ ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ କରାଯାଇଥିଲେ ବି ଦ୍ୱିତୀୟ ପ୍ରଚେଷ୍ଟାରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି। ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ଘଟଣାରେ ବିଜେଡି ସଦସ୍ୟ ନାରାବାଜି କରି କକ୍ଷତ୍ୟାଗ କରିଥିଲେ ।

ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ଦୁଇ ଦିନ ଧରି ଦୁଇ ବିରୋଧୀ ବିଜେଡି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି।

ସେପଟେ ଗୃହରେ ଅଚଳାବସ୍ଥା ଦୂର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଶାସକ ଦଳରୁ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସର୍ବଦଳୀୟ ବୈଠକ ପାଇଁ ଡାକିଛନ୍ତି ।

Leave a comment