ହୋଟେଲ୍‌ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀ ସମୁଦ୍ର କୂଳ ଥାନା ସିଟି ରୋଡ୍‌ରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ସେଠୀ। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ। ଆଜି ସକାଳେ ବସନ୍ତଙ୍କ ମୃତଦେହ ହୋଟେଲର ଏକ ରୁମ୍‌ର ଚଟାଣରେ ପଡ଼ିଥିବା ଜଣେ କର୍ମଚାରୀ ଦେଖିଥିଲେ। ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବସନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Leave a comment