ହୋଟେଲ, ବାର, ରେଷ୍ଟୁରାଂଟ ଖୋଲିବାକୁ ମିଳିଲା ଅନୁମତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସମସ୍ତ ହୋଟେଲ, ବାର, ରେଷ୍ଟୁରାଂଟ ଖୋଲିବାକୁ ମିଳିଲା ଅନୁମତି । ଏଣିକି ହୋଟେଲରେ ବସି ଖାଇପାରିବେ ଗ୍ରାହକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏସଓପି କଡାକଡି ଭାବେ ପାଳନ କରି ଗ୍ରାହକଙ୍କୁ ପରସି ପାରିବେ ଖାଦ୍ୟ । ମାତ୍ର ଅବରୋଧ ଅଂଚଳରେ ସ୍ଥାନୀୟ ପ୍ରଶାସନ ବାର ଏବଂ ରେଷ୍ଟୁରାଂଟ ଖୋଲିବା ନେଇ ନିଷ୍ପତ୍ତି ନେବେ ।
ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ହୋଟେଲରୁ ଖାଦ୍ୟ ଅର୍ଡର କରି ନେବାକୁ ଅନୁମତି ରହିିଥିଲା । ହୋଟେଲ ଓ ବାରରେ ବସି ଖାଇବା ପାଇଁ କଡା କଟକଣା ରହିଥିଲା । ହୋଟେଲ, ବାର, ରେଷ୍ଟୁରାଂଟ ଖୋଲିବାକୁ ମିଳିବା ପରେ ହୋଟେଲ ଶିଳ୍ପରେ କ୍ଷତି ସହୁଥିବା ବ୍ୟବସାୟୀଙ୍କୁ ଆଶ୍ୱସ୍ତି ମିଳିବା ସମ୍ଭାବନା ସୃଷ୍ଟି ହୋଇଛି ।