ସୁଇମିଂ ପୁଲ୍ ରେ ପଡିବା ମାତ୍ରେ ଗରମ ହେଉଛି ଝରଣା ଜଳ, ହଜାର ହଜାର ବର୍ଷ ପରେ ବି ଜାଣି ହେଉନି କାରଣ
ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ସମସ୍ତଙ୍କୁ ବିସ୍ମିତ କରେ। ଭାରତରେ ମଧ୍ୟ ସେପରି ସ୍ଥାନର ଅଭାବ ନାହିଁ। ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରନ୍ତୁ ନାହାଁନ୍ତି। ତେବେ ତୁର୍କୀର ପାମୁକଲେ ପାହାଡରେ ମଧ୍ୟ ଏଭଳି ଏକ ରହସ୍ୟ ଲୁଚି ରହିଛି। ଯାହାର ସତ୍ୟତା ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିବାକୁ ସକ୍ଷମ ହୋଇନାହାଁନ୍ତି। ଏହି ପାହାଡ ଉପରେ ପ୍ରାକୃତିକ ଭାବରେ ଅନେକ ସୁଇମିଂ ପୁଲ୍ ସୃଷ୍ଟି ହୋଇଛି। ଏହି ସୁଇମିଂ ପୁଲଗୁଡ଼ିକ ଲୋକମାନଙ୍କୁ ସେମାନଙ୍କର ସୌନ୍ଦର୍ଯ୍ୟ ଓ ରହସ୍ୟ ସହିତ ବିସ୍ମିତ କରିଥାନ୍ତି। ବାସ୍ତବରେ, ଝରଣାର ଜଳ ଏଠାକୁ ଆସି ଆପେ ଆପେ ଗରମ ହୋଇଯାଏ। ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ସେହି ରହସ୍ୟର ଭେଦ ପାଇ ପାରିନାହାଁନ୍ତି। ପାହାଡରୁ ବାହାରୁଥିବା ଜଳ ଏଠାକୁ ଆସିବା ପରେ କିପରି ଗରମ ହୁଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ହଜାରେ ବର୍ଷ ଧରି ପୁଷ୍କରିଣୀରେ ରହିଥିବା ଗରମ ପାଣି ରହସ୍ୟ ହୋଇ ରହିଆସିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଠାରେ ଜଳର ତାପମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ମଧ୍ୟରେ ରହିଥାଏ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଜଳପ୍ରପାତର ଏହି ପାଣିରେ ଗାଧୋଇଥାନ୍ତି। ଏହି ପାଣିରେ ଗାଧୋଇବା ପରେ ଅନେକ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ କରାଯାଏ। ବିଶେଷ କରି ଚର୍ମ ରୋଗ ଭଲ ହୋଇଥାଏ ବୋଲି କୁହାଯାଏ। ଏହି କାରଣରୁ, ବିଶ୍ଵର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ଏଠାରେ ପହଞ୍ଚି ଏହାର ଗରମ ପାଣିରେ ସ୍ନାନ କରନ୍ତି। ଏଠାରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ହେଉଛି ଝରଣାରେ ପ୍ରବାହିତ ପାଣି ଆପେ ଆପେ ପୋଖରୀ ତିଆରି କରିଥାଏ।
ବୈଜ୍ଞାନିକମାନେ ମଧ୍ୟ ଏହି ଝରଣାଗୁଡ଼ିକର ଜଳ ବିଷୟରେ ଅନେକ ଥର ଅନୁସନ୍ଧାନ କରିଛନ୍ତି। ତଥାପି ଏହି ଗରମ ପାଣିର ରହସ୍ୟ ପାଇ ପାରି ନାହାନ୍ତି। ବୈଜ୍ଞାନିକମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ ଜଳରେ ଥିବା ଖଣିଜ ପଦାର୍ଥର ବାହ୍ୟ ଯୋଗାଯୋଗ ହେତୁ ଏହା କ୍ୟାଲସିୟମ୍ କାର୍ବୋନାଟ୍ ସୃଷ୍ଟି କରେ। ହଜାର ହଜାର ବର୍ଷ ଧରି ଝରଣା କୂଳରେ ସେଗୁଡିକ ଜମା ହେବା କାରଣରୁ ଝରଣା ପୋଖରୀର ରୂପ ନେଇଛି।