ବାରମ୍ବାର ପରିଶ୍ରମ କରି ମଧ୍ୟ ମିଳୁନାହିଁ ଫଳ,ଆପଣାନ୍ତୁ ଏହି ବିଦ୍ୟା

0

୧) ଜୀବନରେ ଅଧିକାଂଶ ସମୟ ନକାରାତ୍ମକ ଉର୍ଜା କାରଣରୁ ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ଥାଏ l ତେବେ ଆପଣ ନିୟମିତ ସକାଳୁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ଓ ମନରେ ସକାରାତ୍ମକ ଭାବନା ଆଣନ୍ତୁ l ଯେ କୌଣସି କାର୍ଯ୍ୟ କରୁଛନ୍ତି ତା ପୂର୍ବରୁ ନିହାତି ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ l ଏହା ଗୋଟିଏ ଶକ୍ତିଶାଳୀ ମନ୍ତ୍ର ଅଟେ l ଯାହା ସମ୍ପୂର୍ଣ ବାତାବରଣ ରେ ଶୁଦ୍ଧତା ଆଣିଥାଏ l

୨) ବ୍ୟବସାୟ ଓ ଚାକିରୀ ରେ ଉନ୍ନତି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହ ସୂର୍ଯ୍ୟ ସ୍ତୋସ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ରେ ସଫଳତା ଲାଭ ହୋଇଥାଏ l

୩) ଯେ କୌଣସି କାମରେ ବାହାରକୁ ଯାଉଛନ୍ତି ତା ପୂର୍ବରୁ ” ଓଂ ଗଣେଶlୟ ନମଃ ” ମନ୍ତ୍ର ଜପ କରନ୍ତୁ l ମନ୍ତ୍ର ଜପ କରିବା ପରେ ବିପରୀତ ଦିଶାର ୪ ପାଦ ଆଗକୁ ଯାଆନ୍ତୁ ଏହା ପରେ ଘରୁ ବାହାରନ୍ତୁ l

୪) ଯଦି ଆପଣ ବ୍ୟବସାୟରେ ବାରମ୍ବାର ବିଫଳ ହେଉଛନ୍ତି ତେବେ ଯେ କୌଣସି ଗୋଟିଏ ଦିନ ହନୁମାନ ମନ୍ଦିରରେ ରକ୍ତ ଚନ୍ଦନ ଅର୍ପଣ କରନ୍ତୁ l ଏହାପରେ ନିୟମିତ ଭାବରେ ପିମ୍ପୁଡି ଙ୍କ ଖାଦ୍ୟ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ସମସ୍ତ ବିଘ୍ନ ଦୁଆ ହୋଇଥାଏ l

୫) ପ୍ରତିଦିନ ଅଫିସ ଯିବା ସମୟରେ ରାସ୍ତାରେ ବୁଲା ପଶୁ ଙ୍କୁ ନିହାତି ଗୋଟିଏ ରୁଟି ଖାଇବାକୁ ଦିଅନ୍ତୁ l ଏପରି କରିବା ଦ୍ୱାରା କାର୍ଯ୍ୟାଳୟ ରେ ସମସ୍ତ ଙ୍କ ସହିତ ସମ୍ପର୍କ ରେ ମଧୁରତା ଆସିବ l

Leave a comment