ଆର୍ଥିକ ସମସ୍ୟା ଦୂର କରିବା ପାଇଁ କରନ୍ତୁ ଏହି ସରଳ ଉପାୟ

ଜୀବନରେ ଅର୍ଥର ଭୂମିକା ସବୁଠାରୁ ଉପରେ | ଟଙ୍କା ଥିଲେ ପାଖରେ ସବୁ ସମସ୍ୟା ଦୂର ହୋଇଥାଏ | ଧନ ବିନା ଜୀବନରେ ଅନେକ କାମ ଅଟକି ଯାଇଥାଏ | ସେଥିପାଇଁ ଧନପ୍ରାପ୍ତି ପାଇଁ ସମସ୍ତେ ଅନେକ ପ୍ରୟାସ କରିଥାନ୍ତି | କିନ୍ତୁ ବେଳେବେଳେ ଭାଗ୍ୟ ସହଯୋଗ କରିନଥାଏ | ବାସ୍ତୁଶାସ୍ତ୍ରର ଏକ ସହଜ ଉପାୟ ଦ୍ୱାରା ପରିବାରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଧନପ୍ରାପ୍ତି ମଧ୍ୟ ହୋଇଥାଏ | ଆସନ୍ତୁ ଜାଣିବା କେତେକ ସହଜ ଉପାୟ :
କର୍ମଜୀବୀ ନିଜ ଘରର ଉତ୍ତର ଦିଗରେ ୧୧ଟି ହଳଦିଆ କଉଡ଼ିକୁ ସବୁଜ କପଡାରେ ବାନ୍ଧି ଲୁଚେଇଦେଲେ କୁବେର ମହାରାଜ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କୁ ମାଲେମାଲ କରିଦେବେ |
ଛାତ୍ରଛାତ୍ରୀ ଯଦି ନକାରାତ୍ମକ ଶକ୍ତି ଏବଂ ଖରାପ ସଂଗତିରୁ ରକ୍ଷା ପାଇବା ପାଇଁ ଚାହୁାନ୍ତି ତାହେଲେ ଏକ ହଳଦିଆ କଉଡ଼ିକୁ ବେକରେ ଡେଉଁରିଆ ଭଳି ବାନ୍ଧିଦେବେ | କଉଡ଼ି ବେକରେ ବାନ୍ଧିଲେ ଆପଣଙ୍କୁ କୌଣସି ପ୍ରକାର ଖରାପ ଶକ୍ତି ଛୁଇଁ ପାରିବନାହିଁ | ନକାରାତ୍ମକ ଶକ୍ତି ଆପଣଙ୍କ କିଛି କ୍ଷତି ଘଟି ପାରିବନାହିଁ |
ମହିଳାମାନେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା ପାଠ କରିଥାନ୍ତି | ମା’ ଲକ୍ଷ୍ମୀଙ୍କ ସହ ୧୧ଟି କଉଡ଼ି ମଧ୍ୟ ପୂଜା କରିଥାନ୍ତି | ୧୧ଟି କଉଡ଼ିକୁ ହଳଦିଆ କପଡାରେ ବାନ୍ଧି ଟ୍ରେଜେରିରେ ରଖିଦେବେ | ଏଭଳି ଉପାୟରେ ଆପଣଙ୍କ ଟ୍ରେଜେରିରେ ସବୁବେଳେ ଟଙ୍କା ମହଜୂତ ରହିବ |
ଘରେ ସୁଖ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରାରେ ୧୧ଟି କଉଡ଼ି ନାଲି କପଡାରେ ବାନ୍ଧି ଟାଙ୍ଗିଦେବେ | ଏହା ପ୍ରଭାବରେ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ |