ପଢ଼ନ୍ତୁ ଆଜିର ରାଶିଫଳ

ମେଷ : କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ରାଜନୀତିରେ ପ୍ରଭାବଶାଳୀ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାଭିମାନୀ ହେବେ। ବାଣିଜ୍ୟରେ ଆୟବୃଦ୍ଧ ହେବ। ଶିକ୍ଷାର୍ଥୀ ଉପକୃତ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍।
ବୃଷ : କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ଚାକିରିରେ ସ୍ଥାୟିତ୍ବ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧ ପାଇବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀମାନେ ପରିଶ୍ରମୀ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।
ମିଥୁନ : ସମାଜରେ ପ୍ରଶଂସାର ପାତ୍ର ହେବେ। ଚାକିରିରେ କର୍ତ୍ତୃପକ୍ଷର ଆସ୍ଥାଭାଜନ ହେବେ। ରାଜନୀତିରେ ସହଯୋଗ ପାଇବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।
କର୍କଟ : କର୍ମକ୍ଷେତ୍ରରେ ବିରୋଧାଭାସ ଦେଖାଦେବ। ଚାକିରିରେ ଚାପ ରହିବ। ରାଜନୀତିରେ ବିରୋଧୀ ବୃଦ୍ଧ ପାଇବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ।
ସିଂହ : କୌଣସି ସୂତ୍ରରୁ ସହାୟତା ପାଇ ଆଗେଇବେ। ରାଜନୀତିରେ ପ୍ରିସିଦ୍ଧ ବୃଦ୍ଧ ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଲାଭ ପାଇବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।
କନ୍ୟା : ସକାରାତ୍ମକ ଭାବ ପାଇଁ ସଫଳ ହେବେ। ରାଜନୀତିରେ କିଛିଟା ଉତ୍ତେଜନା ଭିତରେ ସୁଫଳ ମିଳିବ। ପରିବହନ ଓ ବାଣିଜ୍ୟରେ ଲାଭମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ।
ତୁଳା : ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସୁଫଳ ପାଇବେ। ସାଂସାରିକ ଧର୍ମକର୍ମରେ ମନ ରହିବ। ରାଜନୀତିରେ ସଫଳତା ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାପର ରହିବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ଧଳା।
ବିଛା : କର୍ମକ୍ଷେତ୍ର ଠକାମିରେ ପଡ଼ିପାରନ୍ତି। ରାଜନୀତିରେ ସମସ୍ୟା ଭିତରେ ରହିବେ। ଚାକିରିରେ ସ୍ଥାନାନ୍ତର ଦେଖାଦେବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ତ୍ରୃଟି କରିପାରନ୍ତି। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି।
ଧନୁ : ଦିନଟି ସୁଖସନ୍ତୋଷ ଭିତରେ କଟିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧ ପାଇବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍।
ମକର : ଦୁଃସାହସିକ ଭିତରେ କାର୍ଯ୍ୟ କରିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍।
କୁମ୍ଭ : ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ରାଜନୀତିରେ ଚଳଚଞ୍ଚଳ ରହିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟରେ ଭଲ ଆୟ ହେବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ- ସବୁଜ।
ମୀନ : କାର୍ଯ୍ୟ ମନ୍ଥର ଓ ବ୍ୟୟ ବୃଦ୍ଧ ଦେଖାଦେବ। ଚାକିରିରେ କାର୍ଯ୍ୟବହୁଳ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ।ଶିକ୍ଷାର୍ଥୀ ଆଳସ୍ୟ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍।