ରାଶି ଅନୁଯାୟୀ ଜାଣନ୍ତୁ ଆପଣଙ୍କ ଇଷ୍ଟ ଦେବତା
ଯଦି ଆପଣ ଇଷ୍ଟ ଦେବତାଙ୍କ ବିଷୟରେ ଜାଣନ୍ତି ତେବେ ଆପଣଙ୍କୁ ପୂଜାରେ ବହୁତ ଲାଭ ହୋଇଥାଏ । ଶାସ୍ତ୍ରରେ ଜନ୍ମ କୁଣ୍ଡଳୀ ରାଶି ଅନୁଯାୟୀ ମଧ୍ୟ ଇଷ୍ଟ ଦେବତାଙ୍କ ବିଷୟରେ ଜାଣି ପାରିବେ । ଆସନ୍ତୁ ଜାଣିବା ୧୨ ରାଶି ଓ ରାଶି ଅନୁସାରେ ଇଷ୍ଟ ଦେବତା ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ସମୟରେ ଯେଉଁ ରାଶିରେ ଚନ୍ଦ୍ରମା ଥିବେ ତାହା ଉକ୍ତ ଉକ୍ତ ବ୍ୟକ୍ତିର ରାଶିର ହୋଇଥାଏ । ତେଣୁ ରାଶି ଅନୁସାରେ ବ୍ୟକ୍ତି ତାଙ୍କର ଇଷ୍ଟ ଦେବଙ୍କ ବିଷୟରେ ଜାଣିପାରିବେ ।
– ମେଷ ରାଶି : ଇଷ୍ଟ ଦେବ ସୂର୍ଯ୍ୟ
– ବୃଷ ରାଶି : ଭଗବାନ ବିଷ୍ଣୁ
– ମିଥୁନ ରାଶି : ମା’ ଲକ୍ଷ୍ମୀ
– କର୍କଟ ରାଶି : ହନୁମାନଜୀ
– ସିଂହ ରାଶି : ଭଗବାନ ଗଣେଶ
କନ୍ୟା ରାଶି : ମା’ କାଳୀ
– ତୁଳା ରାଶି : କାଳଭୈରବ ଓ ଶନିଦେବ
– ବିଚ୍ଛା ରାଶି : ଭଗବାନ କାର୍ତ୍ତିକେୟ
– ଧନୁ ରାଶି : ହନୁମାନଜୀ
– ମକର ରାଶି : ମା’ ଦୁର୍ଗା
– କୁମ୍ଭ ରାଶି : ଭଗବାନ ବିଷ୍ଣୁ କିମ୍ବା ମା’ ସରସ୍ୱତୀ
– ମୀନ ରାଶି : ଭଗବାନ ଶିବଜୀ
କୁଣ୍ଡଳୀର ୫ମ ଓ ୯ମ ଭାବ : ଏଥି ସହିତ ଜନ୍ମ କୁଣ୍ଡଳୀର ୫ମ ଭାବ ଶିକ୍ଷା, ଜ୍ଞାନ, ବୁଦ୍ଧି ଓ କର୍ମ ସହିତ ଜଡ଼ିତ ଥାଏ । ତେଣୁ ଇଷ୍ଟ ଦେବତାଙ୍କ ସମ୍ପର୍କରେ ଜନ୍ମ କୁଣ୍ଡଳୀର ୫ମ ଭାବରୁ ମଧ୍ୟ ଧ୍ୟାନ କରିବା ଉଚିତ । ଏହାଛଡ଼ା ଜନ୍ମ କୁଣ୍ଡଳୀର ୯ ମ ଭାବ ମଧ୍ୟ ଧର୍ମ ଓ ପୂଜା ପାଠ ଦ୍ୱାରା ଜଡିତ ଥିବାରୁ ଏହା ଉପରେ ଧ୍ୟାନ ଦେବା ଉଚିତ୍ ।