ମହାପ୍ରଭୂଙ୍କ ଘୋଷଯାତ୍ରା ନିର୍ବିଘ୍ନରେ ସମାପନ ହୋଇଥିବାରୁ ଧନ୍ୟବାଦ: ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୂ ଶ୍ରୀ ଜଗନାଥ ସ୍ୱାମୀ ନବଦିନ ବ୍ୟାପି ଘୋଷଯାତ୍ରା ସଂପନ୍ନ କରି ରତ୍ନସିଂହାସନକୁ ବିରାଜିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୂଙ୍କ ରଥଯାତ୍ରା ନୀତିକାନ୍ତି ଅନୁପାଳନ ପୂର୍ବକ ସୁଚାରୁ ଭାବେ ସମାପିତ ହୋଇଛି । ଲକ୍ଷ୍ମୀ ନାରାୟଣଙ୍କ ଭେଟପରେ ମହାପ୍ରଭୂ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ଆଜି ରତ୍ନସିଂହାସନକୁ ବିରାଜିଛନ୍ତି ।

ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣ ଭୟ ଥାଇ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ନୀତିକାନ୍ତି ସହ ସମାପିତ ହୋଇଥିବାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ସମସ୍ତ ସେବାୟତ ବନ୍ଧୁ, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ସର୍ବୋପରି ପୁରୀ ସହରବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସେହିପରି ଏହି ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଛତିଶା ନିଯୋଗର ସମସ୍ତ ସେବାୟତ ବନ୍ଧୁ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave a comment