ଘରର ଏହି ଦିଗରେ ରଖନ୍ତୁ ଜଳପୂର୍ଣ ମାଟିପାତ୍ର,ଖୋଲିବ ଘରର ଭାଗ୍ୟ ଓ ପାଇବେ ଶୁଭଫଳ

0

ଗ୍ରୀଷ୍ମ ଋତୁରେ ଅଧିକାଂଶ ପରିବାରରେ ମାଟିରେ ତିଆରି ମାଠିଆ ପାଣି ପିଇବା ପାଇଁ ବ୍ୟବହାର କରାଯାଇ ଥାଏ l ସେହିଭଳି ବିଭିନ୍ନ ପୂଜା ପର୍ବରେ ମାଟି କଳସି ମଧ୍ୟ ଆମେମାନେ ବ୍ୟବହାର କରିଥାଉ l ସେହିଭଳି ଯଦି କୌଣସି ସୁବାକାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ତେବେ ଘରର ମୁଖ୍ୟଦ୍ଵାର ରେ ମାଟି କଳସି ରଖି ବାହାରକୁ ଯିବା ଶୁଭ ହୋଇଥାଏ l କିନ୍ତୁ ଶାସ୍ତ୍ରର ମାନ୍ୟତା ଅନୁସାରେ ଜଳପୂର୍ଣ୍ଣ ମାଟି କଳସି ଘରକୁ ସୌଭାଗ୍ୟ ଆଣିଥାଏ l

– ଘରକୁ ଯଦି ନୂଆ ମାଟି ମାଠିଆ ଆଣୁଛନ୍ତି ତେବେ ସେଥିରେ ପିଇବା ପାଣି ପୁରାଇ ସର୍ବ ପ୍ରଥମେ କୌଣସି ବାଟୋଇ କିମ୍ବା ଆଗନ୍ତୁକ ଙ୍କୁ ପିଇବାକୁ ଦେବାଦ୍ଵାରା ଭଗବାନ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହି କାରଣରୁ ଆପଣଙ୍କ ଗ୍ରହାଃଦୋଷ ମଧ୍ୟ ଶାନ୍ତ ହୋଇଥାଏ l

– ଘରର ଉତ୍ତର ଦିଗଟି ବରୁଣ ଦେବ ଓ କୁବେରଙ୍କ ଦିଗ ଅଟେ l ତେଣୁ ଏହି ଦିଗରେ ଜଳପୂର୍ଣ୍ଣ ମାଠିଆ କିମ୍ବା କଳସି ରଖିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ ଓ ଜୀବନ ରେ ଉନ୍ନତି ହୋଇଥାଏ l

– ମାଟି କଳସି କିମ୍ବା ମାଠିଆ କଦାପି ଖାଲି ରହିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଧନହାନୀ ସମ୍ଭାବନା ରହିଥାଏ ଓ ଗୃହ ସ୍ୱାମୀଙ୍କ ଜୀବନ ରେ ବିପଦ ମାଡି ଆସିଥାଏ l ସର୍ବଦା ଜଳପୂର୍ଣ୍ଣ ରହିବା ଦ୍ୱାରା ଅକ୍ଷୟ ପ୍ରାପ୍ତି ଓ ଯଶ ଲାଭ ହୋଇଥାଏ l

– ଯଦି କ୍ୟାରିଅର ଓ ବ୍ୟବସାୟ ରେ କୌଣସି ପ୍ରକାରର ଅସୁବିଧା ଦେଖା ଯାଉଛି ତେବେ ଘରର ପୂର୍ବ ଦିଗରେ ଗୋଟିଏ ମାଟି କଳସି ରଖି ସେଥିରେ ଜଳପୂର୍ଣ୍ଣ କରନ୍ତୁ l ଏହାପରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେହି କଳସି ସାମ୍ନା ରେ ଦୀପଟିଏ ଜଳାନ୍ତୁ l ଏହାଦ୍ୱାରା ଜୀବନରୁ ନକରାତ୍ମକ ଶକ୍ତି ଦୂରେଇଯିବ l

Leave a comment