ଗ୍ୟାସ୍ ସମସ୍ୟାର ଘରୋଇ ସମାଧାନ

ଆଜିକାଲି ଗ୍ୟାସ୍ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ଏହି ସମସ୍ୟା ପେଟରେ ସୃଷ୍ଟି ହେବା ଦ୍ବାରା, ଏହା ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାଏ । ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହେବାର ବିଭିନ୍ନ କାରଣ ରହିଛି । ତେଣୁ ଏହି ସମସ୍ୟା ପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହିତ, ଏଥିପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା ।
– ଉଭୟ ଶରୀର ଏବଂ ମନର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଯୋଗ। ପ୍ରତିଦିନ କିଛି ସମୟ ଯୋଗ ଅଭ୍ୟାସ କରିବା ଦ୍ବାରା, ଏହି ସମସ୍ୟା କମ୍ ହୋଇଥାଏ ।
-ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ଫାଇବର । ତେଣୁ ଏହାକୁ ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ବେଶ ଉପକାରୀ । ବ୍ରୋକୋଲି, ଫୁଲକୋବି, ଗାଜର, ଡାଲି, ମଟର, ପାଳଙ୍ଗ ଆଦି ସେବନ କରିବା ଦ୍ବାରା, ଏହା ପେଟ ଗ୍ୟାସ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଏହି ସମସ୍ୟା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ଗ୍ୟାସ୍ ସମସ୍ୟାରୁ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ । ଖାସ କରି ସାଧା ପାଣି, ଲେମ୍ବୁ ପାଣି, ନଡିଆ ପାଣି ଆଦି ପ୍ରତିଦିନ ସେବନ କରି ପାରିବେ । ଯାହା ଏହି ସମସ୍ୟାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ ।
-ଯଥାସମ୍ଭବ ତେଲ ଏବଂ ଅଧିକ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହି , ନିଜ ଡାଏଟରେ ସବୁଜ ପନିପରିବା, ତାଜା ଫଳ, ଜୁସ୍ ଆଦି ସାମିଲ କରିବା ଭଲ ଏହି ସମସ୍ୟା ପାଇଁ ।
-ଗ୍ୟାସ୍ ସମସ୍ୟାର ସମ୍ମୁଖୀନ କରୁଥିଲେ, ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପାନମଧୁରୀ ଖାଇବା ଭଲ।