ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁସ୍ଥହେଲେ ଗୃହମନ୍ତ୍ରୀ ଅମିତ ଶାହା। ଅଳ୍ପ ସମୟ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି। ତାଙ୍କୁ କୋରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।ଅଗଷ୍ଟ ୧୮ ବିଳମ୍ବିତ ରାତିରେ ଅମିତ ଶାହଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଗୁଲେରିଆଙ୍କ ନେତୃତ୍ଵାଧୀନ ଟିମ ତାଙ୍କର ନିରୀକ୍ଷଣ କରୁଥିଲା। ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମେଦାନ୍ତା ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ଏବଂ ଗତ ୧୪ ତାରିଖରେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା।
ଏହାପରେ ଅଗଷ୍ଟ ୧୮ ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ୱର ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା। ସେଠାରେ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ଏକ ଡାକ୍ତରୀ ଚିମ୍ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ।