ହୋଲି ପୂର୍ବରୁ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ୍ର ଚଢାଉ

0

ଭୁବନେଶ୍ୱର : ରାତି ପାହିଲେ ରଙ୍ଗର ପର୍ବ ହୋଲି । ରାଜଧାନୀ ଭୁବନେଶ୍ୱରରେ ମାସେ ପୂର୍ବରୁ ଖୋଲିଛି ରଙ୍ଗ ଦୋକାନ । ସରକାର ବଜାରରେ ରାସାୟନିକ ରଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଦୋକାନ ଗୁଡିକରେ ରାସାୟନିକ ରଙ୍ଗ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଏଭଳି କିଛି ଅଭିଯୋଗ ପରେ ଆଜି ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ରଙ୍ଗ ଦୋକାନ ଗୁଡିକରେ ଚଢାଉ କରୁଛି କମିଶନରେଟ୍ ପୋଲିସ୍।
ହୋଲି ରଙ୍ଗ ଦୋକାନରେ ରାସାୟନିକ ରଙ୍ଗ ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଥିବା ବେଳେ ଆଜି ଏନେଇ ପୋଲିସ୍ ଚଢାଉ ଜାରି ରଖିଛି । କମିଶନରେଟ୍ ପୋଲିସର ବିଭିନ୍ନ ଟିମ୍ ଏବେ ଭୁବନେଶ୍ୱରର ଗଳି କନ୍ଦିରେ ହୋଲି ରଙ୍ଗ ଦୋକାନ କୁଡିକରେ ଚଢାଉ କରୁଥିବା ସୂଚନା ମିଳିଛି ।

Leave a comment