ସର୍ବସାଧାରଣଙ୍କ ପାଇଁ ହୋଲି ମନା
ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ ଦେଇଛନ୍ତି ସରକାର । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ କୁହାଯାଇଛି । ବିଶେଷ କରି ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି ।
ସେହିପରି ଦୋଳ ପୂର୍ଣ୍ଣିମାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଭଳି କୋଭିଡ କଟକଣା ପାଳନ କରିବା ବାଧ୍ୟତାମୂଳକ ରହିଛି । ସେହିପରି ଦୋଳ ମେଲଣ ଉପରେ ସ୍ଥାନୀୟ ପ୍ରଶାସନ ଚାହିଁଲେ କଟକଣା ଲଗାଇପାରିବେ ଓ କେତେ ଜଣ ଏଥିରେ ସାମିଲ ହୋଇପାରି ସେ ନେଇ ମଧ୍ୟ ନିଷ୍ପତ୍ତି ନେଇପାରିବେ ।