ବିଶ୍ବ ଚାମ୍ପିଅନ୍ ହେଲା ଜର୍ମାନୀ
ବିଶ୍ବ ଚାମ୍ପିଅନ୍ ହେଲା ଜର୍ମାନୀ। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍ରେ ୨୦୧୮ ଚାମ୍ପିଅନ୍ ବେଲଜିୟମ୍କୁ ସୁଟ୍ଆଉଟ୍ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍ ହୋଇଛି ଜର୍ମାନୀ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍ ଓ ଜର୍ମାନୀ ମଧ୍ୟ କଡା ମୁକାବିଲା ହୋଇଥିଲା।
ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍ଆଉଟ୍ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନୀ ୫-୪ ଗୋଲ୍ରେ ବଲେଜିୟମ୍କୁ ପରାସ୍ତ କରି ୨୦୨୩ ପୁରୁଷ ହକି ବିଶ୍ବକପ୍ ଟ୍ରଫି ହାତେଇଛି।
ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ର ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍ଆଉଟ୍ର ସାହାର ନିଆଯାଇଥିଲା। ସୁଟ୍ଆଉଟ୍ରେ ଜର୍ମାନୀ ୫ଟି ଗୋଲ୍ ଦେଇ ୨୦୧୮ ବିଶ୍ବ ଚାମ୍ପିଅନ ବଲେଜିୟମ୍କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍ ୨୦୨୩ର ଟ୍ରଫି ହାତେଇଛି।