ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା, ଅନ ଲାଇନ ବୁକିଙ୍ଗ ସାଇଟ କ୍ରାସ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା । ପୂର୍ବରୁ ବିଶ୍ୱକପ ହକି ଉଦଘାଟନୀ ମ୍ୟାଚ ଦେଖିବା ପାଇଁ କାଉଣ୍ଟର ରୁ ଟିକେଟ କିଣିବାକୁ ରାତି ୯ଟାରୁ ଲାଗିଥିଲା ହକି ପ୍ରେମୀଙ୍କ ଭିଡ ମାତ୍ର ସେଠାରୁ ଟିକେଟ ମିଳିବା ବଦଳରେ ଲାଠିମାଡ଼ ଖାଇ ଅନ ଲାଇନରେ ଟିକେଟ କିଣିବା ପାଇଁ ଅନେଇ ବସିଥିବା ଦର୍ଶକ ଶେଷରେ ଭକୁଆ ହୋଇଥିବା ଜଣାପଡିଛି । ଆଜି ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ପାଇଁ ଦିନ ୧୨ଟା ପରେ ଟିକେଟ ଅନ ଲାଇନରେ ମିଳିବ ବୋଲି ଆୟୋଜକଙ୍କ ତରଫରୁ ପ୍ରଚାର ପ୍ରସାର ହୋଇଥିଲା । କିନ୍ତୁ ଆଜି ଦିନ ୧୨ଟା ପରେ ଦର୍ଶକ ଉଦଘାଟନୀ ମ୍ୟାଚ ଟିକେଟ ପାଇଁ ଦିଆ ଯାଇଥିବା ୱେବ ସାଇଟ ଖୋଲବା ବେଳକୁ ଏହା ଖୋଲି ନଥିଲା । ବାରମ୍ବାର ଏହି ସାଇଟ ଖୋଲିବା ପାଇଁ ଦର୍ଶକ ଚେଷ୍ଟା କଲାବେଳକୁ ଏହି ସାଇଟ କ୍ରାସ ହୋଇଥିବା ଜଣାପଡିଛି । ଏହା ଫଳରେ ସାଧାରଣ ଦର୍ଶକ ଟିକେଟ କିଣାରେ ନିରାଶ ହେବା ସହ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହକି ଉଦଘାଟନୀ ମ୍ୟାଚର ସମସ୍ତ ଟିକେଟ ପୂର୍ବରୁ ପୋଲିସ ଓ ଉଚ୍ଚ ପଦାଧିକାରୀଙ୍କୁ ବାଣ୍ଟି ଦିଆ ଥିବାରୁ ଟିକେଟ ମିଳୁନଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି ।

Leave a comment

You cannot copy content of this page