ଭୁବନେଶ୍ୱରକୁ ହକି ଫିଭର, ନୂଆବୋହୂ ଭଳି ସଜେଇ ହେଇଛି ରାଜଧାନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରକୁ ହକି ଫିଭର । ରାଜଧାନୀବାସୀଙ୍କୁ ଲାଗିଛି ହକିର କ୍ରେଜ୍‌ । ଖୁବ କମ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ହକି ବିଶ୍ୱକପ ପାଇଁ ବିରାଟ ଆୟୋଜନ କରାଯାଇଛି । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ରାସ୍ତା ଘାଟ । ଅତିଥିଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ନୂଆ ରୂପରେ ସାଜସଜ୍ଜା ହୋଇଛି ।
ପୁରୁଷ ବିଶ୍ୱକପ୍‌ ହକି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଥିଲେ ହେଁ ଟାଇଟଲ ପାଇଁ ମୁଖ୍ୟତଃ ୭ରୁ ଊର୍ଦ୍ଧ୍ୱ ଦଳ ମଧ୍ୟରେ କଡ଼ା ଟକ୍କର ହେବ । ଏହି ୧୬ଟିମ ମଧ୍ୟରୁ ଏବେ ସୁଦ୍ଧା ଅଧାରୁ ଅଧିକ ଟିମ ଭୁବନେଶ୍ୱରରେ ପହଞ୍ଚି ସରିଛନ୍ତି । ପୂର୍ବରୁ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆୟର୍ଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଓ ସ୍ପେନର ଟିମ ଭୁବନେଶ୍ୱରରେ ପହଞ୍ଚି ଥିଲେ । ଶନିବାର ଭୁବନେଶ୍ୱରରେ ପାକିସ୍ତାନ, ନେଦରଲ୍ୟାଣ୍ଡ୍‌ ଓ ବେଲ୍‌ଜିୟମ୍ ଟିମ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏଥିସହ ଖେଳାଳିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ହକି ବିଶ୍ୱକପ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ । ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ଓ ୨୮ରେ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ବଲିଓଡ଼ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ଉଦଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ ।

Leave a comment