ହକି : ବୀରେନ୍ଦ୍ର ଭାରତ ପୁରୁଷ ଟିମର ଅଧିନାୟକ

0

ଭୁବନେଶ୍ୱର : ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ।

ଆସନ୍ତା ୨୩ରୁ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ବୀରେନ୍ଦ୍ର ଭାରତୀୟ ଟିମର ମଙ୍ଗ ଧରିବେ । ଏପଟେ ବୀରେନ୍ଦ୍ରଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆ କପ୍‌ରେ ଭାରତୀୟ ଟିମର ଉନ୍ନତ ପ୍ରଦର୍ଶନ ପାଇଁ କାମନା କରିଛନ୍ତି । ଭାରତୀୟ ହକି ଟିମର ପ୍ରାୟୋଜକ ଅଛି ଓଡ଼ିଶା ସରକାର ।

Leave a comment