ରାଜ୍ୟରେ ୧୬ରୁ ଖୋଲିବ ଐତିହ୍ୟସ୍ଥଳୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ବନ୍ଦ ଥିବା ଐତିହ୍ୟସ୍ଥଳୀ ୧୬ରୁ ଖୋଲିବାକୁ ଯାଉଛି। ପ୍ରଶ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଏତିହ୍ୟସ୍ଥଳୀ ଖୋଲିବା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଉକ୍ତ ଐତିହ୍ୟସ୍ଥଳୀ ଖୋଲିବା ପରେ ବି ଐତିହ୍ୟସ୍ଥଳୀରେ ରାଜ୍ୟପକ୍ଷରୁ ଜାରି କରାଯାଇଥିବା କଟକଣା ପାଳନହେବ। ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ବନ୍ଦ କରାଯାଇଥିଲା।