ଖୋଲିଲା ୪୦ଟି ଗେଟ; ହେବ ବଡ଼ବନ୍ୟା !

0

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ ୧୪ଟି ଗେଟ ଖୋଲାଯାଇଛି । ଫଳରେ ବର୍ତ୍ତମାନ ୪୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଏହି ସମୟରେ ଡ୍ୟାମକୁ ୬ ଲକ୍ଷ ୯୧ ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ଅଧିକ ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।

ଦୁଇ ତିନି ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ହୀରାକୁଦ ପାଣି କଟକ ମୁଣ୍ଡଳୀରେ ପହଞ୍ଚିବାକୁ ୩୬ଘଣ୍ଟା ଲାଗୁଛି । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବଢ଼ିବା ଆଶଙ୍କା ରହିଛି। ତେବେ ଏଭଳି ସ୍ଥିତିରେ ଆଗକୁ ଆଉ ଏକ ଲଘୁଚାପ ମୁଣ୍ଡ ଟେକିଛି l ଫଳରେ ଯଦି ବର୍ଷାର ପରିମାଣ ବଢିଲେ ଆଗକୁ ବଡବନ୍ୟା ହେବା ନେଇ ଆଶଙ୍କା କରାଯାଉଛି l

 

 

Leave a comment