ରାଜ୍ୟ ଚଳଚ୍ଚିତ୍ର ପ୍ରଦାନ ମାମଲା, ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ, ପୁନଃବିଚାର ନିର୍ଦ୍ଦେଶ

0

କଟକ, ୧୩/୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନକୁ ନେଇ ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍‌ଲାମ୍ । ଏହାର ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଚଳଚ୍ଚିତ୍ରଗୁଡ଼ିକର ପୁନଃବିଚାର କରି ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାନ୍ତା । ତେବେ ଆଜି କୋର୍ଟ ଏହା ଉପରେ ସ୍ଥଗିତାଦେଶ ଶୁଣାଇଛନ୍ତି ।

Leave a comment