ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; ରେଳ ଲାଇନ୍ ପାର ହେଲାବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମିଳିବନି କ୍ଷତିପୂରଣ
ରେଳ ଲାଇନ୍ ଉପରକୁ ଅନଧିକୃତ ଭାବେ ଯିବା ସମୟରେ ଯଦି କାହାର ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବ ନାହିଁ । ଏଭଳି ଏକ ଦୁର୍ଘଟଣାଜନିତ ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ୧୧ଟି ମାମଲାକୁ ହାଇକୋର୍ଟ ଖାରଜ କରି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।
ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରିଛନ୍ତି । ଯେଉଁ ଘଟଣାରେ ରେଳବାଇର ଅବହେଳାରୁ ଧନଜୀବନ ହାନୀ ଘଟିଥିବ ସେ କ୍ଷେତ୍ରରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ରେଳପଥରେ ରେଳଗାଡ଼ି ଯିବା ଆସିବା କରିବା ପାଇଁ ବ୍ୟବସ୍ଥା ହୋଇଛି । ତେଣୁ ତାହାକୁ କୌଣସି ପଥଚାରୀ ଯିବା ଆସିବା ପାଇଁ ବ୍ୟବହାର କରିବା ଅନୁଚିତ । ମୃତକ ବେଆଇନ ଭାବେ ରେଳ ଧାରଣା ଉପରକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେଣୁ ଏଭଳି ସ୍ଥିତିରେ ମୃତକଙ୍କ ପରିବାର କ୍ଷତିପୂରଣ ପାଇବାକୁ ହକଦାର ନୁହନ୍ତି ବୋଲି ହାଇକୋର୍ଟ କହିଛନ୍ତି ।