ସତର୍କ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ, ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତେଜନାକୁ ନଜରରେ ରଖି ଆଜି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୁଇନ୍ଦାକୁ ସକ୍ରିୟ ରହିବାକୁ କୁହାଯିବା ସହ ବିମାନବନ୍ଦର, ରେଳଷ୍ଟେସନ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ପଥକୁ ମଧ୍ୟ ଅଣଦେଖା କରାଯାଉ ନାହିଁ । ତଟରକ୍ଷୀବାହୀନିକୁ ସଜାଗ ରହିବାକୁ କୁହାଯାଇଥିବା ବେଳେ ସନ୍ଧୀଗ୍ଧଙ୍କ କଡା ନଜର ରଖାଯାଉଛି ବୋଲି ଡିଜିପି କହିଛନ୍ତି ।

ସୂଚନା ଅନୁଯାୟୀ, ଭାରତ, ପାକସୀମାରେ ଉତେଜନା ଲାଗି ରହିବା ସହ ଗୁଳିଗୋଳା ବର୍ଷଣ ଜାରି ରହିଛି । କୌଣସି ମୂହୂର୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଏହାକୁ ନେଇ ରାଜ୍ୟରେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି ।

Leave a comment