ଜୀବନ ଦେଲେ, ହେଲେ ରୁଷ ଯବାନଙ୍କ ସାମ୍ନାରେ ଆତ୍ମ ସମର୍ପଣ କଲେନି ୧୩ ୟୁକ୍ରେନ ସୈନିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆତ୍ମ ସମର୍ପଣ କରିବାକୁ ମନା କରିବାରୁ ୟୁକ୍ରେନର ୧୩ ଯବାନଙ୍କୁ ମାରି ରୁଷ ଏହି ଦ୍ଵୀପକୁ କବଜା କରିଛି। ଯେବେ ରୁଷି ଯୁଦ୍ଧ ଜାହାଜରେ ଥିବା ଯବାନ ୟୁକ୍ରେନର ୧୩ ବର୍ଡର ଗାର୍ଡ୍ସକୁ ଆତ୍ମ ସମର୍ପଣ କରିବାକୁ କହିଲେ, ସେମାନେ ଏମିତି କରିବାକୁ ମନା କରି ଦେଇଥିଲେ। ଏହା ପରେ ରୁଷ ଯବାନ ସେମାନଙ୍କ ହତ୍ୟା କରିଛନ୍ତି। ଯବାନଙ୍କ ବାହାଦୂରୀ ପାଇଁ ୟୁକ୍ରେନ ସେମାନଙ୍କୁ Hero of Ukraine ସମ୍ମାନରେ ସମ୍ମାନିତ କରିଛନ୍ତି।

ସ୍ନେକ ଆଇଲାଣ୍ଡ ଯାହାକୁ ଜେମିନି ଆଇଲାଣ୍ଡ ମଧ୍ୟ କୁହାଯାଏ। ଏହା ଓଡେଶାର ଦକ୍ଷିଣରେ କଳା ସାଗରରେ ଅବସ୍ଥିତ। ସୂଚନା ଅନୁଯାୟୀ, ରୁଷ ନିଜ ନୌସେନା ମୋସ୍କଭା ଏବଂ ବାଶିଲି ବାୟକଭ ଯୁଦ୍ଧପୋତକୁ ଦ୍ଵୀପ ଆଡକୁ ପଠାଇଥିଲେ। ଦ୍ଵୀପରେ ମୁତୟନ ଯବାନଙ୍କୁ ବନ୍ଧୁକରେ ଡରାଇବାକୁ ଚେଷ୍ଟା କରିଥିଲେ ରୁଷି ଯବାନ। ଏଥିସହ ଆକ୍ରମଣର ଧମକ ଦେଇ ଆତ୍ମ ସମର୍ପଣ କରିବାକୁ କହିଥିଲେ। ସେଠାରେ ମୁତୟନ ଯବାନ ବାହାଦୂରୀର ପରିଚୟ ଦେଇ ଗୁଳି ମାଡ କରି ଆତ୍ମ ସମର୍ପଣ କରିବାକୁ ମନା କରି ଦେଇଥିଲେ। ଏହା ପରେ ରୁଷ ୟୁକ୍ରେନ ଯବାନଙ୍କୁ ହତ୍ୟା କରିଥିଲେ।

ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଟ୍ଵିଟ୍ କରିଛନ୍ତି ଯେ, ରୁଷ ୟୁକ୍ରେନର ଜେମିନି ଆଇଲାଣ୍ଡ କବଜା କରି ସାରିଛି। ସେଠାରେ ମୁୟତନ ୧୩ ବର୍ଡର ଗାର୍ଡ୍ସଙ୍କୁ ହତ୍ୟା କରିଛନ୍ତି। ଯବାନ ଆତ୍ମ ସମର୍ପଣ କରିବାକୁ ମନା କରି ଦେଇଥିଲେ। ସେମାନଙ୍କୁ Hero of Ukraine’ ସମ୍ମାନରେ ସମ୍ମାନିତ କରାଯାଇଛି।

Leave a comment