ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ – ଏକଜିଟ୍ ପୋଲ

0

ଓଡିଶା ଫାଷ୍ଟ (ବ୍ୟୁରୋ ) : ଝାରଖଣ୍ଡର 81 ବିଧାନସଭା ଆସନ ପାଇଁ 5 ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି। 23 ତାରିଖରେ  ଫଳାଫଳ ପ୍ରକାଶ ପାଇବ।  ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଥିଲା।  ବିଜେପି ସରକାରଙ୍କୁ ଗାଦିଚ୍ୟୁତ କରିବେ ବୋଲି ଆକଳନ କରାଯାଇଛି। କଂଗ୍ରେସ-ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ଏଥର ଏକାଠି ନିର୍ବାଚନ ଲଢ଼ୁଥିଲେ। ଏହି 3 ଦଳ ଏଥର ଝାରଖଣ୍ଡରେ ସରକାର ଗଠନ କରିବେ ବୋଲି ଏକଜିଟ୍ ପୋଲ ରିପୋର୍ଟରେ କୁହାଯାଇଛି।  ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କାହାକୁ ଝାରଖଣ୍ଡବାସୀ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି, ତା’କୁ ନେଇ ସର୍ଭେ କରାଯାଇଥିଲା। ଏଥିରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ ଫେଲ ମାରିଛନ୍ତି। ଅଧିକାଂଶ ଲୋକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଜଣାପଡ଼ିଛି।

ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ, 29 % ଲୋକ ହେମନ୍ତ ସୋରେନଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ରଘୁବର ଦାସଙ୍କ ସମର୍ଥନରେ 26 % ଲୋକ ରହିଛନ୍ତି। ସେହିପରି ଝାରଖଣ୍ଡ ବିକାଶ ମୋର୍ଚ୍ଚାର ବାବୁଲାଲ ମାରାଣ୍ଡିଙ୍କୁ 10 %, ସୁଦେଶ ମାହୋତାଙ୍କୁ 9 %, ଅର୍ଜୁନ ମୁଣ୍ଡାଙ୍କୁ 6 %, ଶିବୁ ସୋରେନଙ୍କୁ 6 %, ଷ୍ଟେଫେନ ମାରାଣ୍ଡିଙ୍କୁ 1 % ଓ ଜୟନ୍ତ ସିହ୍ନାଙ୍କୁ 1 %, ମଧୁ କୋଡ଼ାଙ୍କୁ 1 %, ସୂର୍ଯ୍ୟ ରାଏଙ୍କୁ 1 % ଓ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ 10 % ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

Leave a comment

You cannot copy content of this page