ହେଲମେଟର ହେବ କଡ଼ାକଡ଼ି ଯାଞ୍ଚ, ପଢ଼ନ୍ତୁ କେମିତି ବର୍ତ୍ତିବେ ଜୋରିମାନା ଦେବାରୁରୁ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁର୍ଘଟଣାରେ ଜୀବନ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଦୁଇଚକିଆ ଯାନରେ ଯାତ୍ରା କରିବା ସମୟରେ ହେଲମେଟ ବାଧ୍ୟତାମୂଳକ ଥିଲା । କିଛିଦିନ ପୂର୍ବରୁ ଦୁଇଚକିଆ ଯାନରେ ଦୁଇଜଣ ଯାତ୍ରା କରୁଥିଲେ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାତ୍ର ଏଥର ସରକାରଙ୍କ ନଜର ପୁଣି ଥରେ ପଡିଛି ହେଲମେଟ ଉପରେ । କାହିଁକିନା କିଛି ବ୍ୟକ୍ତି କେବଳ ଜୋରିମାନାରୁ ବର୍ତ୍ତିବା ପାଇଁ ଯେକୌଣସି କମ୍ପାନୀର ହେଲମେଟ ବ୍ୟବହାର କରୁଛନ୍ତି । ଯାହାଫଳରେ ବ୍ୟକ୍ତିଙ୍କ ଜୀବନ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ହେଲମେଟ ନ ପିନ୍ଧିଲେ ଦେବାକୁ ହେବ ଜୋରିମାନା । ଅର୍ଥାତ କେବଳ ଆଇଏସଆଇ ମାର୍କ ହେଲମେଟ ବ୍ୟବହାର କରିବାକୁ ପଡିବ । ଏହାକୁ ନେଇ ଯାଞ୍ଚ ମଧ୍ୟ କଡ଼ାକଡ଼ି କରାଯିବ । ଯଦି ଜଣେ ଆଇଏସଆଇ ମାର୍କ ହେଲମେଟ ବ୍ୟବହାର କରୁନଥିବ ତେବେ ତାଠାରୁ ଜୋରିମାନା ଆଦାୟ କରାଯିବ । ଏପରିକି କିଛି କମ୍ପାନୀ ନାଁ ରେ ମିଳୁଥିବା ନକଲି ଆଇଏସଆଇ ମାର୍କ ହେଲମେଟ ମଧ୍ୟ ବ୍ୟବହାର କଲେ ତଣ୍ଡ ଗଣିବାକୁ ପଡିବ ।

Leave a comment