ବଙ୍ଗୋପସାଗରରେ ଲଘୁଚାପ, ଆଜି ପ୍ରବଳ ବର୍ଷିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗପ ସାଗରରେ ସୃଷ୍ଟି ଲଘୁଚାପ କରାଣରୁ ରାଜ୍ୟରେ ଆଜି ବର୍ଷା ଜାରି ରହିଛି। ଆଜି ୧୦ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସମ୍ବଲପୁର, କେନ୍ଦୁଝର, ଯାଜପୁର ଓ ମୟୁରଭଞ୍ଜ ରହିଛି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ବର୍ଷାର ପରିମାଣ ପ୍ରାୟ ୧୨ ପ୍ରତିଶତ କମ୍ ଥିବା ସୂଚନା ଦିଆଯାଇଥିଲା । ଏଭଳି ପରିସ୍ଥିତି ରେ ଲଘୁଚାପ କିଛି ପରିମାଣରେ ବର୍ଷାର ପରିମାଣକୁ ବଢାଇବାରେ ସହାୟକ ହେବ ।

Leave a comment