ହିଟ୍ ୱେଭ୍ ଜାରି : ୭ ଜିଲ୍ଲାକୁ ଆଲର୍ଟ
୪୫.୩ ଡିଗ୍ରୀ ତାପମାତ୍ରାରେ ବଲାଙ୍ଗିର
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବୁଧବାର ଭଳି ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଉପକୂଳରେ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ୪୫.୩ ଡିଗ୍ରୀ ତାପାମାତ୍ରା ସହ ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ପରି ପ୍ରଥମଥର ପାଇଁ ଚଳିତ ବର୍ଷ ଦୁଇଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବଲାଙ୍ଗିର ବ୍ୟତୀତ ଟିଟଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ଗୁରୁବାର ୪୫.୨ ଡିଗ୍ରୀ ରେକର୍ଡ ହୋଇଛି।
ଗୁରୁବାର ରାଜ୍ୟର ୧୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୫ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ ଉପରେ ରହିଛି। ଆଗାମୀ ୨ ଦିନ ଯାଏ ରାଜ୍ୟର ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଅର୍ଥ ଉପକୂଳରେ ପଶ୍ଚିମ ଓଡ଼ିଶା ଅପେକ୍ଷା କମ ତାତି ଅନଭୂତ ହେବ। କିନ୍ତୁ ଏଠାରେ ଗୁଳୁଗୁଳି ଜାରି ରହିବ।